ଲକ୍ଷ୍ମୀପୁର ଖେରୀ ହିଂସା: ‘ଥର୍‌’ରେ ଥିବା ଏକମାତ୍ର ଜୀବିତ ସାକ୍ଷୀକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 18, 2021 IST

ଲକ୍ଷ୍ନୌ ୧୮/୧୦: ଲକ୍ଷ୍ମୀପୁରର ତିକୁନିଆ ମାମଲାରେ ସୋମବାର ପୋଲିସକୁ  ବଡ଼ ସଫଳତା ମିଳିଛି । ସୁମିତ ଜୟସ୍ବାଲ ଓରଫ ମୋଦୀକୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ଏସଆଇଟି ସୁମିତ ସହ ତାର ସାଥି ନନ୍ଦନ, ଶିଶୁପାଳ ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ଏବେ ମାମଲାରେ ନୂଆ ଖୁଲାସା ହୋଇପାରେ ବୋଲି କୁହାଯାଉଛି । କୃଷକଙ୍କ ଉପରେ ମାଡ଼ିଯାଇଥିବା ଥର ଜିପ୍‌ରେ ସୁମିତ ଥିଲା ବୋଲି ଜଣାପଡ଼ିଛି। ଜିପରୁ ଓହ୍ଲାଇ ଦୌଡ଼ି ପଳାଉଥିବା ବେଳେ କେହି ତାର ଭିଡିଓ କରିଥିଲେ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜିପ୍‌ର ଡ୍ରାଇଭର ଏବଂ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ବେଳେ ସୁମିତ ହିଁ ଏକମାତ୍ର ସାକ୍ଷୀ ।

ଏହା ପର୍ବରୁ ପୋଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  ଅଜୟ  ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ଜିପ୍‌ ପଛରେ ଆସୁଥିବା ଗାଡ଼ିରେ ଥିବା ଅଙ୍କିତ ଦାସ ଏବଂ ତାଙ୍କର ଗନରକୁ ଗିରଫ କରିଥିଲା। ଘଟଣା ପରେ ପରେ ସୁମିତ ଫେରାର ହୋଇଯାଇଥିଲା। ବହୁ ଛାନଭିନ୍‌ ପରେ ମଧ୍ୟ ପୋଲିସ ତାର ଟେର ପାଇନଥିଲା।  ଶେଷର ସୁମିତ ପୋଲିସ ଫାସରେ ପଡ଼ିଥିବା ବେଳେ ମାମଲା​‌ରେ ଆହୁରି ଅଧିକ ଖୁଲାସା ହୋଇପାରିବ ବୋଲି କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.