ଅଭିନେତା ସୁମିତ ବ୍ୟାସ୍ ଓ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରା କରୋନା ସଂକ୍ରମିତ, ସୋସିଆଲ ମିଡିଆରେ ଦେଲେ ବାର୍ତ୍ତା

Published By : Prameya-News7 Bureau | April 17, 2021 IST

ମୁମ୍ୱାଇ ୧୭/୪: କୋଭିଡ କବଳରେ ମାୟାନଗରୀ । କର୍ଫ୍ୟୁ ସତ୍ତ୍ୱେ ବୋଲ ମାନୁନି ମହାରାଷ୍ଟ୍ରରେ ସଂକ୍ରମଣ । ଜଣଙ୍କ ପରେ ଜଣେ ଅଭିନେତା କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ବିର ଦି ଓ୍ୱେଡିଙ୍ଗର ଅଭିନେତା ସୁମିତ ବ୍ୟାସ ଏବେ ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଜର ଇନଷ୍ଟା ଆକାଉଣ୍ଟରେ ସେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଡାକ୍ତରଙ୍କ ଦ୍ୱାରା ପ୍ରେସକ୍ରାଇବ ମେଡିସିନ୍ ଖାଇବା ସହ ଘରେ ସଂଗରୋଧରେ ରହୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର ପରୀକ୍ଷା କରାଇନେବାକୁ ସେ ନିବେଦନ କରିଛନ୍ତି ।

wp:html
/wp:html

ସେପଟେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ଇନଷ୍ଟା ଜରିଆରେ କୋଭିଡର ଶିକାର ହୋଇଥିବା ନେଇ ଜଣାଇଛନ୍ତି । ମନୀଷ କହିଛନ୍ତି ମୋ ଠାରେ କିଛି ଲକ୍ଷଣ ଦେଖାଦେବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିବେ ପରେ ମୁଁ ନିଜକୁ ଆଇସୋଲେସନରେ ରଖିଛି । ସେ ସମସ୍ତଙ୍କୁ କହିଛନ୍ତି ଦରକାର ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.