Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କାଲି ମମତାଙ୍କୁ ପ୍ରଶଂସା, ଆଜି କହିଲେ ମୋଦି ଫେଲ୍: ସୁବ୍ରମଣ୍ୟନ ସ୍ୱାମୀ twitterରେ ଜାରି କଲେ ବିଜେପି ସରକାରର Report card

25/11/2021 at 8:10 PM

ନୂଆଦିଲ୍ଲୀ ୨୫।୧୧:  ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ୱାମୀ ଗୁରୁବାର ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। କେନ୍ଦ୍ରର ମୋଦି ସରକାର ପ୍ରତ୍ୟେକସ୍ତରରେ ବିଫଳ ହୋଇଥିବା କହିଛନ୍ତି ସ୍ୱାମୀ । ବୁଧବାର ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ସାଉଥଏଭେନ୍ୟୁ ଯାଇ ସୁବ୍ରମଣ୍ୟନ ସ୍ୱାମୀଙ୍କୁ ଭେଟିଥିଲେ। ଏହା ପରେ ସ୍ୱାମୀଙ୍କ ଏପରି ବିସ୍ଫୋରଣ ଗଣମାଧ୍ୟମକୁ ସ୍ତବ୍ଦ କରିଛି।

କେନ୍ଦ୍ର ସରକାର କେବଳ ଆର୍ଥିକ ମୋର୍ଚ୍ଚା ନୁହେଁ ସୀମା ସୁରକ୍ଷାରେ ବିଫଳ ହୋଇଛନ୍ତି ବୋଲି ସ୍ୱାମୀ କହିଛନ୍ତି। ସେହିପରି ସରକାରଙ୍କ ଆଫଗାନୀସ୍ତାନ ସଂକଟ ପରିଚାଳନାକୁ ସେ ପ୍ରହସନ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପେଗାସସ ତଥ୍ୟ ଲିକ୍‌ରେ ମଧ୍ୟ ସରକାରଙ୍କ ଭୂମିକା ଉପରକୁ ଅଙ୍ଗୁଳି  ଉଠାଇଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ମନ୍ତବ୍ୟ ଦେଇ ବର୍ତ୍ତମାନର ସରକାରରେ କାଶ୍ମୀର ଏକ ଅନ୍ଧକାର ସ୍ଥିତିରେ ଥିବା କହିଛନ୍ତି। ଏ ବାବଦେ ସ୍ୱାମୀ ଟ୍ୱିଟରରେ ଏକ ରିପୋର୍ଟ କାର୍ଡ ମଧ୍ୟ ଜାରି କରିଛନ୍ତି।

ବୁଧବାର ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ତାଙ୍କୁ ଭେଟିବା ବେଳେ  ସ୍ୱାମୀ ତାଙ୍କୁ ଜୟପ୍ରକାଶ ନାରାୟଣ, ମୋରାର୍ଜୀ ଦେଶାୟୀ, ରାଜୀବ ଗାନ୍ଧି, ଚନ୍ଦ୍ରଶେଖର ଓ ପି.ଭି.ନରସିଂହା ରାଓଙ୍କ ସହ ତୁଳନା କରିଥିଲେ। ରାଜନୈତିକ ନେତ୍ରୀ ଭାବେ ମମତାଙ୍କ ଗୁଣ ନେଇ ମଧ୍ୟ ସେ ଏକ ଟ୍ୱିଟ୍‌ କରିଥିଲେ। ଭାରତୀୟ ରାଜନୀତିରେ ଏହା ତାଙ୍କ ବିରଳ ପ୍ରତିଭା ବୋଲି ସ୍ୱାମୀ ଏଥିରେ ଉଲ୍ଲେଖ କରିଥିଲେ।

ଏହା ପୂର୍ବରୁ ମଧ୍ୟ ସ୍ୱାମୀ ସୋସିଆଲ ମିଡିଆରେ ମୋଦି ସରକାରଙ୍କୁ ଚୀନ୍‌ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଏଥିରେ ଆମର ଆଣବିକ ଅସ୍ତ୍ରକୁ ଯଦି ଚୀନ୍‌ ଭୟ କରୁନି ତେବେ ଆମେ କାହିଁକି ତାକୁ ଭୟ କରୁଛେ ବୋଲି ସ୍ୱାମୀ ଟ୍ୱିଟ୍‌ କରିଥିଲେ। ସେହି ପରି ଦେଶରେ ମୂଲ୍ୟବୃଦ୍ଧି ନେଇ ଲୋକଙ୍କ ଟ୍ୱିଟରେ  ମୋଦି ଅର୍ଥନୀତି ଜାଣନ୍ତି ନାହିଁ ବୋଲି ସ୍ୱାମୀ ଉଲ୍ଲେଖ କରିଥିଲେ।

ଚୀନ୍‌ ପ୍ରସଙ୍ଗରେ ମୋଦିଙ୍କ ସରକାରରେ ଲୁଲାଙ୍କ ଅଭାବ ନାହିଁ ବୋଲି ଅନ୍ୟ ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। ବିଶେଷ କରି ବୈଦେଶିକ ମନ୍ତ୍ରାଳୟ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭାଗରେ ଏପରି ନେତା ଓ ଅଧିକାରୀ ଢେର ଥିବା ଓ ଚୀନ୍‌ ଆମ ସୀମା ଆମ୍ପୁଡୁଥିବା ବେଳେ ସେମାନେ ଶୋଇଥିବାର ଉଲ୍ଲେଖ କରିଥିଲେ। ଯେଉଁମାନେ କୋଦାଳକୁ କୋଦାଳ ବୋଲି କହିବାକୁ ପ୍ରସ୍ତୁତ ନଥିବା ସେ ପରିହାସ କରିଥିଲେ।

   Related Posts