Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସୁମନ ରାଓ ହେଲେ ଦ୍ବିତୀୟ ରନର୍ସଅପ୍

15/12/2019 at 1:21 PM

ଲଣ୍ଡନ ୧୫/୧୨: ଲଣ୍ଡନରେ ଆୟୋଜିତ ୨୦୧୯ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାର ମୁକୁଟ ଜାମାଇକାର ଟୋନି ଆନ ସିଙ୍ଗ ଜିତିବାରେ ସଫଳ ହୋଇଛନ୍ତି। ଭାରତର ସୁମନ ରାଓ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଫ୍ରାନ୍ସର ଓଫେଲି ମେଜିନୋ ଏବଂ ଭାରତର ସୁମନ ରାଓ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ଏବଂ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି। ଟୋନି ଆନ ସିଙ୍ଗଙ୍କୁ ମେକ୍ସିକୋର ମିସ୍ ଓ୍ବାଲର୍ଡ଼(୨୦୧୮) ଭେନେସା ପୋନ୍ସ ଷ୍ଟେଜରେ ମୁକୁଟ ପିନ୍ଧାଇଥିଲେ।

ଟୋନି ଆନ ସିଙ୍ଗଙ୍କୁ ସିଙ୍ଗିଙ୍ଗ,ବ୍ଲଗିଙ୍ଗ ଆଦି ପସନ୍ଦ ଏବଂ ଭବିଷ୍ୟତରେ ସେ ଡାକ୍ତର ହେବାକୁ ଚାହଁନ୍ତି। ସେ କ୍ୟାରିବିୟାନ୍ ଆସୋସଏସନର ଅଧ୍ୟକ୍ଷା ଭାବେ କାମ କରି ସାରିଛନ୍ତି।

ରାଜସ୍ଥାନର ୨୦ବର୍ଷ ବୟସ୍କା ସୁମନ ରାଓ ଜୁନ୍ ମାସରେ ୨୦୧୯ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ। ସେ ଅଭିନେତ୍ରୀ ହେବାକୁ ଚାହଁନ୍ତି ଏବଂ ଗତ କିଛି ମାସରୁ ସେ ମଡେଲିଂ ଆସାଇନମେଣ୍ଟସ୍ ଏବଂ ପାଠପଢ଼ାରେ ବ୍ୟସ୍ତ ଥିଲେ।

ଆଇଏଏନଏସ ସହ କଥାବାର୍ତ୍ତାବେଳେ ସେ କହିଥିଲେ ଯେ – ‘ ସେ ନିଜ କମ୍ୟୁନିଟିରେ ଜେଣ୍ଡର ଇକ୍ୟୁଆଲଟି ଉପରେ କଥା ହେବା ପସନ୍ଦ କରିବେ। ଏହା ସହିତ ସେ ବିଶ୍ବ ସ୍ତରରେ ଏହି ମୁଦ୍ଦା ଉଠାଇବାକୁ ଚାହଁନ୍ତି। ଏହି କାର୍ଯ୍ୟକ୍ରମର ଶେଷ ପ୍ରଶ୍ନୋତ୍ତରୀ​‌ ରାଉଣ୍ଡ ପାଇଁ ୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବ୍ରିଟିଶ ବ୍ରଡକାଷ୍ଟର ପିୟର୍ସ ମୋର୍ଗନ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଭାବେ ନଜର ଆସିଥିଲେ ଏବଂ ଫାଇନାଲିଷ୍ଟଙ୍କୁ ପ୍ରଶ୍ନ ପଚାରିଥିଲେ।

   Related Posts