Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ-୨୦୧୯ର ବିଜେତା

16/06/2019 at 12:16 PM

ମୁମ୍ବାଇ୧୬|୬: ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ । ଏହାସହ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ହୋଇଛନ୍ତି ସୁମନ । ୨୨ ବର୍ଷ ବୟସ୍କା ସୁମନ ଏହି ଚାଇଟେଲ ହାସଲ କରିଥିବାରୁ ବେଶ ଖୁସି। ଏହି ଇଭେଣ୍ଟରେ ବଲିଉଡର ଅନେକ ଷ୍ଟାର ମଧ୍ୟ ଉପସ୍ଥିତ ଥିଲେ। ଫିଲ୍ମ ନିର୍ମାତା କରନ ଯୋହାର, ଅଭିନେତା ମନିଷ ପୋଲ ଓ ପୂର୍ବତନ ମିସ ଇଣ୍ଡିଆ ମାନୁଷି ଚିଲ୍ଲାର ଉପସ୍ଥିତ ଥିଲେ। ମାନୁଷି ଏହି ସୋକୁ ହୋଷ୍ଟ କରୁଥିଲେ। ଅପରପକ୍ଷରେ କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବଡା ଓ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଏବଂ ନେହା ଧୁପିଆ ସୋର ବିଚାରପତି ଥିଲେ।   

ନିଜ ସଫଳତା ନେଇ ସୁମନ କହିଛନ୍ତି ଯେ, ବିଜୟୀ ହୋଇ ସେ ନିଜ ସ୍ବପ୍ନ ପୂରଣ କରିପାରିଛନ୍ତି । ଏହା ସହ ଜୀବନରେ ଯେଉଁ କାମକୁ ଲୋକେ ଅସମ୍ଭବ କୁହନ୍ତି ତାହା ପୂରା କରିବାକୁ ସୁମନ ପସନ୍ଦ କରନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ସେ ତାଙ୍କ ମା ବାପାଙ୍କ ଦ୍ବାରା ପ୍ରଭାବିତ । ଏହି ଟାଇଟଲ ହାସଲ କରିବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ଅଟେ ।

ଫେମିନା ମିସ୍ ଇଣ୍ଡିଆ ୨୦୧୯ରେ ସମଗ୍ର ଦେଶରୁ ୩୦ ଜଣ ଯୁବତୀ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ସରଦାର ବଲ୍ଲଭ ଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଇଭେଣ୍ଟରେ ବଲିଉଡ ଷ୍ଟାର ହୁମା କୁରେଶି, ଚିତ୍ରାଂଗଦା ସିଂ, ରେମୋ ଡିସୋଜା କ୍ୟାଟ୍ରିନା କୈଫ , ବକ୍କି କୌଶଲ , ମୋନୀ ରୋୟ ଉପସ୍ଥିତ ଥିଲେ। ବଲିଉଡ ଷ୍ଟାରମାନେ ସେଠାରେ ପ୍ରତିଯୋଗୀଙ୍କୁ ବେଶ ଉତ୍ସାହିତ କରିଥିଲେ ।

   Related Posts