ସୁମା ରିଅଲ ମିଡିଆର ଦଶହରା ଭେଟି, ୧୪ରେ ମୁକ୍ତିଲାଭ କରିବ ‘ମନ ମୋ ନେଇଗଲୁ ରେ’

Published By : Prameya-News7 Bureau | October 10, 2021 IST

ଭୁବନେଶ୍ୱର ୧୦/୧୦(ବ୍ୟୁରୋ): ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍‌ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରିବ । ଶନିବାର ଅପରାହ୍ଣରେ ସୋଆ କ୍ୟାମ୍ପସ୍‌-୨ ସଭାକକ୍ଷରେ ଏହାର ଅଡିଓ ରିଲିଜ୍‌ ହୋଇଯାଇଛି ।

ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୋଷଣା ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍‌ କରିଥିଲେ । ଏଥିସହିତ ସୁମା ରିଅଲ୍‌ ମିଡିଆର ମ୍ୟୁଜିକ୍‌ ଚ୍ୟାନେଲ୍‌ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ଉନ୍ମୋଚନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.