ସୁମା ରିୟଲ ମିଡିଆ ପ୍ରାୟୋଜିତ ‘ଫେରିଆ come back’କୁ ୮ଟି ପୁରସ୍କାର

Published By : Prameya-News7 Bureau | December 10, 2019 IST

ଭୁବନେଶ୍ୱର ୧୦।୧୨ : ରାଜ୍ୟ ଚଳଚିତ୍ର ପୁରସ୍କାର ୨୦୧୮ ମଙ୍ଗଳବାର ଘୋଷଣା ହୋଇଛି। ଏଥିରେ ସୁମା ରିୟଲ ମିଡିଆ ପ୍ରାୟୋଜିତ ଫିଚର ଫିଲ୍ମ ଫେରିଆ come back’ ୮ଟି ବର୍ଗରେ ପୁରସ୍କୃତ ହୋଇଛି। ଏଥିରେ ଶ୍ରେଷ୍ଠ କଳା ନିର୍ଦ୍ଦେଶନା ଲାଗି ସଂଗ୍ରାମ କେଶରୀ ମହାରଣା, ଶ୍ରେଷ୍ଠ ସମ୍ପାଦନା ଲାଗି ଅମରେନ୍ଦ୍ର ମହାପାତ୍ରା, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ଲାଗି ଶାନ୍ତିରାଜ ଖୋସଲା, ପ୍ରଛଦପଟ ଗାୟକ ଭାବେ କରୁଣାକର, ଶ୍ରେଷ୍ଠ ସହ ନାୟିକା ଶିବାନୀ ଖରା, ଶ୍ରେଷ୍ଠ ଶିଶୁକଳାକାର ସାର୍ଥକ ହୋତା,  କଷ୍ଟ୍ୟୁମ ଲାଗି ପ୍ରସନ୍ନ ଶତପଥୀ (ମାମା) ଏବଂ ଶ୍ରେଷ୍ଠ କୋରିଓଗ୍ରାଫି ଲାଗି ମୁନ୍ନା ବାବୁ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।

{"id":196037,"sizeSlug":"large"}

ସେହିପରି ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପରିଚାଳିତ ନ୍ୟୁଜ୍ ସେଭେନ ପ୍ରଯୋଜିତ ‘ଗାନ୍ଧି ଆସୁଛନ୍ତି ’ ଟେଲିଫିଲ୍ମକୁ ଶିଶୁ ଓ ଶିକ୍ଷା ଭିତ୍ତିକ ଟେଲିଫିଲ୍ମ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଛି। ଏଥିଲାଗି ପ୍ରଯୋଜକ ସୁନୀଲ କୁମାର ଦାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।  

{"id":196038,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.