Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ସମ୍ ଅଲ୍ଟିମେଟ୍‌ ସର୍ଜନଙ୍କ ସଫଳତା, ୧୨ ମାସ ଶିଶୁର ଖାଦ୍ୟନଳୀରୁ ବାହାର କଲେ ସେଫ୍ଟିପିନ୍

10/12/2020 at 3:47 PM

ଭୁବନେଶ୍ୱର ୧୦।୧୨: ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।

ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା । ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ । ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏକ୍ସରେ କରିବା ପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍‌ଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା ।

ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ତରୁନ୍ତ ଶିଶୁଟିର ପରୀକ୍ଷା କରିବା ସହ କାଳବିଳମ୍ବ ନ କରି ସେଫ୍ଟିପିନ୍‌ଟିକୁ କାଢ଼ିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । କୌଣସି ପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନ୍‌ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନ୍‌ଟିକୁ କାଢ଼ିବାରେ ସଫଳ ହୋଇଥିଲେ ।

ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସଂପାଦନ କରିବା ନେଇ ସମ୍ମମ୍‌ର ଆନେସ୍‌ଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡଃ ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା । ଦୁଇ ଦିନ ଅବ୍‌ଜରଭେସନ୍‌ରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା । ପିଲାମାନଙ୍କଠାରୁ ଏଭଳି ଜିନିଷକୁ କିଭଳି ଦୂରେଇ ରଖିବେ ସେ ନେଇ ବାପା ମା’ଙ୍କୁ ହସ୍ପିଟାଲ୍ ପକ୍ଷରୁ ବୁଝାଇ ଦିଆଯାଇଥିଲା ।

ଗୋଟିଏ ଖୋଲା ସେଫ୍ଟିପିନ୍ ଖାଦ୍ୟନଳୀ କିମ୍ବା ପାକସ୍ଥଳୀକୁ ଚାଲିଯାଇଥିଲେ ଅପରେସନ୍ ଜରିଆରେ ଏହାକୁ ବାହାର କରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ ବୋଲି ଡଃ ସାହୁ କହିଛନ୍ତି ।

ଏହି ଘଟଣାରେ ସେଫ୍ଟିପିନ୍‌ର ମୁନିଆ ଭାଗଟି ହାଇପୋଫାରିନକ୍ସ କୁ ଫୁଟାଇ କମନ୍ କ୍ୟାରୋଟିଡ୍ ଆର୍ଟେରୀକୁ ସ୍ପର୍ଶ କରୁଥିଲା । ଏହି ପ୍ରକ୍ରିୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ସମ୍ଭାବନା ରହିଥିଲା ।

ଡଃ ସାହୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଗତ ଦିନରେ ଏଭଳି ଅନେକ ଜଟିଳ ପ୍ରକ୍ରିୟାରେ ଶିଶୁମାନଙ୍କ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।

   Related Posts