ସମ୍ ଅଲ୍ଟିମେଟ୍ ମେଡିକେୟାରରେ କର୍ମଶାଳା : ପ୍ରୋସ୍ଥେଟିକ୍ସ୍ ଆଣ୍ଡ ଅର୍ଥୋଟିକ୍ ଚିକିତ୍ସାର ପ୍ରଗତି ନେଇ ଆଲୋଚନା
8/02/2020 at 11:27 AM

ଭୁବନେଶ୍ୱର ୦୮।୦୨: ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ପ୍ରୋସ୍ଥେଟିକ୍ସ୍ ଆଣ୍ଡ ଅର୍ଥୋଟିକ୍ ବିଭାଗ ପକ୍ଷରୁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ପ୍ରୋସ୍ଥେଇସିସ୍ ଓ ଅର୍ଥୋଟିକ୍ ଚିକିତ୍ସାର ସଦ୍ୟତମ ବୈଷୟିକ ପ୍ରଗତି ନେଇ ଆଲୋଚନା କରାଯାଇଛି । ଏଥିରେ ଦେଶ ଓ ବିଦେଶର ବହୁ ଖ୍ୟାତିସମ୍ପନ୍ନ ଡାକ୍ତର ଯୋଗ ଦେଇ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ । ଚଣ୍ଡିଗଡ଼ର ଡାକ୍ତର କରନବୀର ସିଂ ଡେଭଲପଡ୍ ହାଲୋ ଡିଭାଇସ୍ ଉପରେ ବକ୍ତୃତା ଦେବା ସହ ଡେମୋ ଦେଖାଇଥିଲେ । ଦୁର୍ଘଟଣାରେ ଯଦି ଜଣଙ୍କର ମସ୍ତିଷ୍କ ଖପୁରୀ ଉଡ଼ିଯାଇଛି କିମ୍ବା ଆହତ ହୋଇଛି, ତେବେ ଏଭଳି ରୋଗୀଙ୍କୁ ସେ ଚିକିତ୍ସା କରିଥାନ୍ତି । ଖୁବ ଶୀଘ୍ର ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ଏହି ଚିକିତ୍ସା ଉପଲବ୍ଧ ହେବ ବୋଲି ଡାକ୍ତର ସିଂ କହିଛନ୍ତି ।

ସେହିପରି ପ୍ରବୀଣ ଦୁବେ ଓ ତାଙ୍କ କମ୍ପାନୀର ସହ ପ୍ରତିଷ୍ଠାତା ମିଷ୍ଟର୍ ଖାନ୍ କୃତ୍ରିମ ହାତର ଡେମୋ ମଧ୍ୟ ଦେଖାଇଥିଲେ । ଏହି କୃତ୍ରିମ ହାତ ୧୨ରୁ ୧୪ ପ୍ରକାରର ପାର୍ଟନରେ କାମ କରିପାରିବ । ଫ୍ରାନ୍ସରୁ ଆସିଥିବା ଡାକ୍ତର ମାଇକେଲ କୃତ୍ରିମ ଗୋଡ଼ର ଡେମୋ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ପ୍ରୋସ୍ଥେଇଟିକ୍ସ୍ ଆଣ୍ଡ ଅର୍ଥୋଟିକ୍ ବିଭାଗ ମୁଖ୍ୟ ଡାକ୍ତର ସୁମନ ପଣ୍ଡା, ସିଏମଓ, ସିଇଓଙ୍କ ସମେତ ଅନ୍ୟ ମେଡିକାଲ୍ କର୍ମଚାରୀ ଉପସ୍ଥିତ ଥିଲେ।