Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବ ଭାରତରେ ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଅଧ୍ୟାୟ, ଲୋକାର୍ପିତ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ବର ୨୯।୦୨: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ପାଦ । ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍  ଅଲ୍ଟିମେଟ୍ ମେଡିକେୟାର ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଛି ସମ୍  ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍ ) । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 ସାରା ଦେଶରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମ୍  ଅଲ୍ଟିମେଟ୍ ମେଡିକେୟାର୍ ର ସ୍ଥାପନ କରାଯାଇଛି । ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ପର୍ଯ୍ୟବସିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି । ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ର ମୂଳ ଲକ୍ଷ୍ୟ । ରୋଗୀମାନଙ୍କ ଚିକିତ୍ସା, ସେବା ଓ ଯତ୍ନ ଏହାର ଲକ୍ଷ୍ୟ । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍ ନେକ୍ସଟ ଜେନେରେସନ ଟ୍ରିଟମେଣ୍ଟ୍ ସହିତ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ରୋଗୀ ସେବା କରିବା ଲକ୍ଷ୍ୟ ରଖିଛି । ପ୍ରତ୍ୟେକ ବିଭାଗରେ ଅନୁଭୂତି ସମ୍ପନ୍ନ ମେଡିକାଲ୍  କେୟାର ବିଶେଷଜ୍ଞଙ୍କୁ ସମ୍  ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍ ) ରେ ସାମିଲ୍  କରାଯାଇଛି ।

ନୂତନ ଜ୍ଞାନ କୌଶଳ ସମ୍ପନ୍ନ ‘ସମ୍ମମ୍ ’ରେ ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡଭାନସ୍  ସର୍ଜିକାଲ ବ୍ୟବସ୍ଥା, ଡାଏଗ୍ନୋଷ୍ଟିକ୍  ଇମେଜିଂ, ମ୍ୟାଟରନିଟି କେୟାର୍  ଓ ରିହାବିଲିଟେସନ୍  ସର୍ଭିସେସ୍  ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଛି । ପ୍ରାୟ ୩୦ଟି ସ୍ପେସାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଏକ ୱାନ୍  ଷ୍ଟପ୍ , ନେକ୍ସଟ ଜେନରେସନ୍ , ମଲ୍ଟି ସୁପର ସ୍ପେଶାଲିଟି ଓ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍  ଭାବେ ପରିଗଣିତ ସମ୍ମମ୍  କାର୍ଡିଆକ୍  ସାଇନସେସ୍ , ନ୍ୟୁରୋ ସାଇନ୍ସେସ୍ , କ୍ରିଟିକାଲ୍  କେୟାର, ପଲମୋନୋଲୋଜି, ଗ୍ୟାଷ୍ଟ୍ରୋ ସାଇନସେସ୍ , ଜଏଂଟ ରିପ୍ଲେସମେଂଟ ଏବଂ ଅର୍ଥୋପେଡିକ୍ସ, ରେନାଲ୍  ସାଇନ୍ସେସ୍  ଏବଂ ଅଙ୍କୋ ସାଇନ୍ସେସ୍  ଭଳି ଚିକିତ୍ସା କ୍ଷେତ୍ରରେ “ସେଣ୍ଟର୍  ଅଫ୍  ଏକ୍ସିଲେନ୍ସ’ ସ୍ଥାପନ କରିବାର ଯୋଜନା ରହିଛି ।  ସମ୍  ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍ ) ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ ସମାଜର ସମସ୍ତ ବର୍ଗଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ମିଳିବ ।

   Related Posts