ଉଚ୍ଚମାନର ସ୍ବାସ୍ଥ୍ୟସେବା ପାଇଁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସମ୍‌ ଅଲ୍ଟିମେଟ୍‌ ମେଡିକେୟାର

Published By : Prameya-News7 Bureau | February 27, 2020 IST

ଭୁବନେଶ୍ୱର ୨୭।୦୨ - ସ୍ବାସ୍ଥ୍ୟସେବା ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତର ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ସୋଆ ପୁଣି ଥରେ ସ୍ବାସ୍ଥ୍ୟସେବାକୁ ନେଇ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳରେ ପର୍ଯ୍ୟବେଶିତ ଉଚ୍ଚମାନର  ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସମ୍‌ ଅଲ୍ଟିମେଟ୍‌ ମେଡିକେୟାର। ଫେବୃଆରୀ ୨୯ରେ ପୂର୍ବ ଭାରତର ସବୁଠାରୁ ବଡ଼ ଡାକ୍ତରଖାନା ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଶୁଭାରମ୍ଭ ହେବାକୁ ଯାଉଛି । ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ….

{"id":230078,"sizeSlug":"large"}

ଫେବୃଆରୀ ୨୯ରେ ପୂର୍ବ ଭାରତର ସବୁଠୁ ବଡ଼ ଡାକ୍ତରଖାନା ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଶୁଭ ଉଦ୍‌ଘାଟନ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ସ୍ବାସ୍ଥ୍ୟସେବା ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତର ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ସୋଆ ପୁଣି ଥରେ ସ୍ବାସ୍ଥ୍ୟସେବାକୁ ନେଇ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳରେ ପର୍ଯ୍ୟବେଶିତ ଉଚ୍ଚମାନର  ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ।

{"id":230079,"sizeSlug":"large"}

୧୦ ଏକର ଯାଗାରେ ନିର୍ମିତ ଏହି ନୂତନ ହସ୍ପିଟାଲରେ ଆନ୍ତର୍ଜାତିକସ୍ତରର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ବିଶ୍ବସ୍ତରୀୟ ହସ୍ପିଟାଲ ଭାବେ ପରିଗଣିତ ହେବ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର । ୯ମହଲା ବିଶିଷ୍ଟ ଏହି ହସ୍ପିଟାଲ ନେକ୍ସଟ ଜେନେରେସନ ଟ୍ରିଟମେଣ୍ଟ ସହତ ନୂତନ ଜ୍ଞାନକୌଶଳ ପଦ୍ଧତିରେ ରୋଗୀ ସେବା କରିବାକୁ ଲକ୍ଷ୍ୟ ରଖିଛି ।

{"id":230080,"sizeSlug":"large"}

ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ପ୍ରତ୍ୟେକ ବିଭାଗରେ ବିଚକ୍ଷଣ ଏବଂ ଅନୁଭୂତି ସମ୍ପନ୍ନ ବିଶେଷଜ୍ଞଙ୍କୁ ସାମିଲ କରାଯାଇଥିବା ବେଳେ ଏମର୍ଜେନ୍‌ସୀ କେୟାର, ହାର୍ଟ କେୟାର, ଆଡଭାନ୍ସଡ୍‌ ସର୍ଜିକାଲ ପ୍ରୋସିଡିଓର,

{"id":230084,"sizeSlug":"large"}

ଡାଏଗ୍ନୋଷ୍ଟିକ୍‌ ଇମେଜିଂ, ମ୍ୟାଟରନିଟି କେୟାର ଓ ରିହାବିଲିଟେସନ ସର୍ଭିସେସ୍‌ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଇଥିବା ବେଳେ ପ୍ରାୟ ୩୦ଟି ସ୍ପେଶାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇଦିଆଯିବ ।

{"id":230081,"sizeSlug":"large"}

ଏକ ଓ୍ବାନ୍‌ ଷ୍ଟପ୍‌, ନେକ୍ସଟ ଜେନେରେସନ, ମଲ୍ଟି ସୁପର ସ୍ପେଶାଲିଟି ଓ କ୍ବାର୍ଟରନାରୀ କେୟାର ହସ୍ପିଟାଲ ଭାବେ ଏଠାରେ କାର୍ଡିଆକ୍‌ ସାଇନ୍‌ସେସ୍‌, ନ୍ୟୁରୋ ସାଇନ୍‌ସେସ୍‌, କ୍ରିଟିକାଲ କେୟାର, ପଲମୋନୋଲୋଜି,

{"id":230083,"sizeSlug":"large"}

ଗ୍ୟାଷ୍ଟେ୍ରା ସାଇନସେସ୍‌, ଜଏଣ୍ଟ ରିପ୍ଲେସମେଣ୍ଟ ଏବଂ ଅର୍ଥୋପେଡିକ୍ସ, ରେନାଲ ସାଇନ୍‌ସେସ୍‌ ଏବଂ ଅଙ୍କୋ ସାଇନ୍‌ସେସ୍‌ ଭଳି ଚିକିତ୍ସା କ୍ଷେତ୍ରରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରିବାର ଯୋଜନା ରହିଛି ।

{"id":230080,"sizeSlug":"large"}

ହସ୍ପିଟାଲରେ ୧୪ଟି ମୋଡୁଲାର୍‌ ଓଟି ସହିତ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନକୌଶଳ ପର୍ଯ୍ୟବେଶିତ ପେଟ୍‌ ସିଟି ସ୍କାନ୍‌, ଥ୍ରୀ ଟେଲ୍‌ସା ଏମଆରଆଇ ଏବଂ ଏଚଡିଆର ବ୍ରାଭୋସ୍‌ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି ।

{"id":230081,"sizeSlug":"large"}

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ମାଧ୍ୟମରେ ସମସ୍ତ ଭାରତୀୟଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇଦେବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ସ୍ବପ୍ନ ପୂରଣ ହୋଇପାରିବ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଂଜନ ନାୟକ ।

{"id":230082,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.