ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ୱର, ମେ ୧୦ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା ।

ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାର ପ୍ରୟାସ ଆରମ୍ଭ କରିଛି । ନୂତନ ଜ୍ଞାନକୈାଶଳ ପର୍ଯ୍ୟବେଷିତ ଏବଂ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଉଦ୍ୟମ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର ।

ସୋଆ ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ସମ୍ ଅଲ୍ଟିମେଟ ଟିମ୍ରେ ସାମିଲ୍ ଥିବା ସମସ୍ତ ଅଧିକାରୀ ଏବଂ କର୍ମକର୍ତାମାନଙ୍କର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସମ୍ ଅଲ୍ଟିମେଟ୍ର ସି.ଇ.ଓ ଡ. ଶ୍ୱେତପଦ୍ମା ଦାଶ ପୂଜାବିଧି ସମ୍ପନ୍ନ କରିଥିଲେ ।

ଶୁଭ ଅନୁକୂଳ ପୂଜାରେ ସମ୍ ଅଲ୍ଟିମେଟ୍ର ସିଇଓ ଡ. ଶ୍ୱେତପଦ୍ମା ଦାଶ, ଚିଫ୍ (ମେଡିକାଲ୍ ସର୍ଭିସେସ୍) ବ୍ରିଗେଡିୟର୍ ଡ. ବିରାଜ ମୋହନ ମିଶ୍ର, ସୋଆ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁ ରିଟେଣ୍ଡେଂଟ୍ ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ ଅଲ୍ଟିମେଟ୍, ସମ୍ ହସ୍ପିଟାଲ୍ର ଡାକ୍ତର, କର୍ମକର୍ତା, କର୍ମଚାରୀ ଏବଂ ସୋଆର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଏହି ନୂତନ ହସପିଟାଲର ଉନ୍ମୋଚନ ନିମନ୍ତେ ସମସ୍ତ ପ୍ରସ୍ତୁତ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଚାଲିଛି ।

{"id":110575,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.