Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍‌ଏସିସିପି ପ୍ରମାଣପତ୍ର, ଖାଦ୍ୟ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ

9/12/2021 at 6:07 PM

ଭୁବନେଶ୍ୱର, ୯/୧୨ : ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଚଳିତ ବର୍ଷର ୨୨୦୦୦ – ୨୦୧୮ ଆଇଏସ୍‌ଓ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଂଟ୍ରୋଲ୍ ପଏଂଟ (ଏଚ୍‌ଏସିସିପି)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି । ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଚଳିତ ବର୍ଷର ୨୨୦୦୦ – ୨୦୧୮ ଆଇଏସ୍‌ଓ ଏଚ୍‌ଏସିସିପି ପ୍ରମାଣପତ୍ର ପାଇପାରିଛି ସମ୍ମମ୍ । ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା ପରେ ଏଚ୍‌ଏସିସିପି ପ୍ରମାଣପତ୍ର ପାଇବାରେ ସଫଳତା ହାସଲ କରିଛି ସମ୍ମମ୍ ।

ଏଚ୍‌ଏସିସିପି ହେଉଛି ଏକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଯାହାକି ରୋଗୀ, ସେମାନଙ୍କ ସମ୍ପର୍କୀୟ, ହସ୍ପିଟାଲ୍‌କୁ ଆସିଥିବା ବ୍ୟକ୍ତି ଏବଂ କର୍ମଚାରୀ ମାନଙ୍କୁ ସବୁ ସମୟରେ ସୁରକ୍ଷିତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ । ଖାଦ୍ୟ ପଦାର୍ଥ ଉତ୍ପାଦନ, ପରିଚାଳନା, ବଂଟନ ଏବଂ ଖାଦ୍ୟ ଗ୍ରହଣ ଦିଗରେ ବିଭିନ୍ନ ବିଶ୍ଳେଷଣ ଏବଂ ଜୈବିକ, ରାସାୟନିକ ଏବଂ ଶାରୀରିକ ନିୟନ୍ତ୍ରଣ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରିଥାଏ ।

ଏହି ପ୍ରମାଣପତ୍ର ହସ୍ପିଟାଲ୍‌ରେ ଉଚିତ ପ୍ରକ୍ରିୟାରେ ଖାଦ୍ୟ ସୁରକ୍ଷା ପରିଚାଳନା ଏବଂ ସୁରକ୍ଷିତ ଖାଦ୍ୟ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ରହିଥିବା ଦର୍ଶାଇଥାଏ । ରୋଗୀମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବାରେ ପ୍ରତିଶ୍ରୁତିବଦ୍ଧ ନିଜର ଫୁଡ୍‌ ସର୍ଭିସ୍ ଡିଭିଜନ୍‌କୁ ଏଚ୍‌ଏସିସିପି ମାନ୍ୟତା ପାଇବା ନିମନ୍ତେ ସମସ୍ତ ଆବଶ୍ୟକତା ଉପସ୍ଥାପିତ କରିଥିଲା ।  

   Related Posts