Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଦୁର୍ଘଟଣାର ଶିକାର ହୋଇ କୋମାକୁ ଚାଲି ଯାଇଥିଲେ ଯୁବକ, ନୂଆ ଜୀବନ ଦେଲେ ସମ୍‌ର ସ୍ନାୟୁ ବିଶେଷଜ୍ଞ

2/11/2021 at 7:51 PM

ଭୁବନେଶ୍ୱର, ୨/୧୧: ସଡ଼କ ଦୁର୍ଘଟଣାରେ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଜଣେ ୨୫ ବର୍ଷୀୟ ଯୁବକ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗରେ ଚିକିତ୍ସିତ ହୋଇ ନୂତନ ଜୀବନ ଲାଭ କରିଛନ୍ତି । କେତନ ସେଠ ନାମକ ଏହି ଯୁବକ ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା-ସୁନ୍ଦରଗଡ ରାଜ୍ୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମସ୍ତିଷ୍କରେ ଗୁରୁତର ଆଘାତ ହୋଇଥିଲା । ପରିବାରର ସଦସ୍ୟମାନେ ତାଙ୍କୁ ବହୁ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ନେଇ ଦୀର୍ଘ ୧୦ ଦିନ ଧରି ତାଙ୍କର ଚିକିତ୍ସା କରାଇଥିଲେ । ମାତ୍ର ଯୁବକଙ୍କର ଚେତା ଫେରି ନଥିଲା କି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ।

ତେବେ ଚିକିତ୍ସା କରିବା ସମୟରେ ଡାକ୍ତର କହିଥିଲେ ଯେ କେତନଙ୍କର ମସ୍ତିଷ୍କ ଓ ମୁଖମଣ୍ଡଳ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବାରୁ ସେ ସମ୍ପୂର୍ଣ୍ଣ କୋମାକୁ ଚାଲିଯାଇଛନ୍ତି । ମସ୍ତିଷ୍କ ଭିତରେ ପ୍ରଚୁର ରକ୍ତସ୍ରାବ ହେବା ସହିତ ମୁହଁର ଅନେକ ହାଡ ଭାଙ୍ଗିଯାଇଥିଲା ଓ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖି ଅତ୍ୟାଧୁନିକ ଓ ଜଟିଳ ପଦ୍ଧତିରେ ଉତ୍ତମ ଚିକିତ୍ସା କରାଯିବାରୁ ମାତ୍ର ୩ ଦିନ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା । ନୂତନ ଜୀବନ ମିଳିଥିବାରୁ କେତନଙ୍କ ଭାଇ ପିଙ୍କୁ ସେଠ ଓ ତାଙ୍କ ପରିବାର ପକ୍ଷରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ଡଃ ଚୌଧୁରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


ଡଃ ଚୌଧୁରୀ କହିଛନ୍ତି ଯେ “ଯଦିଓ କେତନଙ୍କର ଜୀବନ ପ୍ରତି ବିପଦ ଥିଲା ଓ ତାଙ୍କୁ ଚିକିତ୍ସା କରିବା ଜଟିଳ ଥିଲା ତେବେ ଏହା ଅସମ୍ଭବ ନଥିଲା ।” କେତନଙ୍କ ଚିିକିତ୍ସା ପାଇଁ ସେ ଡଃ ଈଶ୍ୱର ବେହେରା, ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି । ପରିବାରର ଅର୍ଥାଭାବ ଥିବାରୁ ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଛି ।

   Related Posts