Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଓଡିଶାରେ ପ୍ରଥମ- ଭୁବନେଶ୍ୱର ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା ,ବିପଦପୂର୍ଣ୍ଣ ଜୀବାଣୁ ଫାସିଲୋ ହେପାଟିକାକୁ ଶରୀରରୁ ବାହାର କରାଗଲା

18/09/2019 at 11:04 PM

ଭୁବନଶ୍ୱର ୧୮।୦୯ – ଭୁବନେଶ୍ୱର ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା । ଗ୍ୟାସଟ୍ରୋଇଣ୍ଟେରୋଲୋଜି ବିଭାଗ ପକ୍ଷକୁ ମିଳିଛି ବଡ଼ ସଫଳତା । ଫାସିଲୋ ହେପାଟିକା ଭଳି ଜୀବକୁ ଶରୀର ମଧ୍ୟରୁ ବାହାର କରିବାରେ ସକ୍ଷମ ହୋଇଛନ୍ତି ସମର ଡାକ୍ତରୀ ଟିମ୍ ।

ପେଟ ଭିତରେ ଫାସିଲୋ ହେପାଟିକା । ୟେ ଏମିତି ଏକ ଜୀବ ଯାହା ମଣିଷ ଶରୀରରେ ପ୍ରବେଶ କରିବା ଖୁବ୍ ବିରଳ । ଆମ ଦେଶରେ ଏହାର ଶିକାର ଖୁବ୍ କମ୍ ରୋଗୀ ହୋଇଥାନ୍ତି । ହେଲେ ଏଭଳି ବିପଦପୂର୍ଣ୍ଣ ଜୀବାଣୁଙ୍କ ଶିକାର ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ପୁରୀ ଜିଲ୍ଲାର ୪୫ ବର୍ଷୀୟ ମହିଳା ମାତା ଜେନା । ଏହି ରୋଗର ଚିକିତ୍ସା ଥିଲା ଖୁବ୍ ଚ୍ୟାଲେଞ୍ଜିଂ । ତେବେ ଗ୍ୟାସଟ୍ରୋଇଣ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ ଓ ତାଙ୍କ ସହଯୋଗୀମାନେ ବେଶ୍ ସଫଳତାର ସହ ଏହା କରି ପାରିଛନ୍ତି । ପରୀକ୍ଷା ବେଳେ ଜଣାପଡ଼ିଥିଲା ଆକାରରେ ବେଶ୍ ବଡ଼ ଥିବା ୩ଟି ଫାସିଲୋ ହେପାଟିକା ମାତାଙ୍କ ପାକସ୍ଥଳୀ ତଳ କ୍ଷୁଦ୍ର ଅନ୍ତ୍ରରେ ରହିଛନ୍ତି । ପ୍ରଥମେ ମେଡିସିନ୍ ପ୍ରୟୋଗ କରାଯାଇ ଗୋଟିଏକୁ ମାରିବା ସମ୍ଭବ ହୋଇପାରିଥିଲା । ବାକି ଦୁଇକୁ ଅତ୍ୟାଧୁନିକ ବ୍ୟବସ୍ଥାରେ ଜାଲ ସାହାଯ୍ୟରେ ଭିତରୁ ବାହାର କରାଯାଇଥିଲା ।

ସାଧାରଣତଃ ପଶୁ ମାନେ ଏଭଳି ଜୀବର ଶିକାର ହୋଇଥାନ୍ତି । ଆମ ରାଜ୍ୟରେ କୌଣସି ମଣିଷ ଏହାର ଶିକାର ହେବା ପ୍ରଥମ ଘଟଣା । ତେବେ ଜଣ୍ଡିସର ଶିକାର ହୋଇ ମାତା ସମରେ ଆଡମିଟ ହୋଇଥିଲେ । ହେଲେ ପରୀକ୍ଷା ବେଳେ ଏଭଳି ଘଟଣା ଡାକ୍ତରଙ୍କ ନଜରକୁ ଆସିଥିଲା । ପ୍ରାୟ ବର୍ଷେ ଧରି ମାତାଙ୍କ ଶରୀରରେ ଏମାନେ ରହିଥିବାରୁ ପିତ୍ତ କୋଷରେ କ୍ୟାନସର ସ୍ଥିତି ସୃଷ୍ଟି କରିଥିବା ଡାକ୍ତର କହିଛନ୍ତି । ପନିପରିବା ନ ଧୋଇ ଖାଇଲେ ଏଭଳି ଜୀବାଣୁ ଶରୀର ମଧ୍ୟରେ ପ୍ରବେଶର ଆଶଙ୍କା ଥାଏ । ଏବେ ଓଡ଼ିଶାରେ ଏଭଲି ରୋଗ ସାମ୍ନାକୁ ଆସିଥିବାରୁ ଏ ନେଇ ସମସ୍ତେ ସତର୍କ ରହିବାକୁ ସମ୍ ହସ୍ପିଟାଲ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଲାଗି ରାଜ୍ୟ ତଥା ରାଜ୍ୟ ବାହାରେ ସମର ରହିଛି ସ୍ୱତନ୍ତ୍ର ପରିଚୟ । ଏବେ ଏଭଳି ବିରଳ ଚିକିତ୍ସାକୁ ସଫଳତାର ସହ ଶେଷ କରାଯାଇ ପାରିଥିବାରୁ ସାରା ଦେଶରୁ ସମକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

   Related Posts