Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ବିଭ୍ରାନ୍ତିକର ଅଡିଓ ଖବର: ‘ଓଟିଭି’ ବିରୋଧରେ ସମ୍‌ ହସ୍ପିଟାଲର ମାନହାନି ମକଦ୍ଦମା

13/08/2020 at 5:01 PM

ଭୁବନେଶ୍ବର୧୩/୮: ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଅଡିଓ ଭାଇରାଲ ମାମଲାରେ କୋର୍ଟ ଗଲା ସମ୍ ହସ୍ପିଟାଲ। ଏହି  ପ୍ରସଙ୍ଗରେ ଓଟିଭି ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି ସମ୍ ହସ୍ପିଟାଲ କର୍ତ୍ତୁପକ୍ଷ। ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାୟର ମାନହାନି ମକଦ୍ଦମାରେ ଓଟିଭି ସମେତ ଏହାର ୬ ଜଣ କର୍ମଚାରୀ ଏବଂ ଅଡିଓରେ ବାର୍ତ୍ତାଳାପ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହି ବିଭ୍ରାନ୍ତିକର ଭାଇରାଲ ଅଡିଓରେ କୋଭିଡ୍ ସଂପର୍କରେ ଭୁଲ୍ ତଥ୍ୟ ସହ ସମ୍ ହସ୍ପିଟାଲ ବିରୋଧରେ ମନ୍ତବ୍ୟ ରହିଥିଲା। ସଂପକ୍ତ ଟେଲିଭିଜନ ଚ୍ୟାନେଲରେ ସେହି ଅଡିଓର ପ୍ରସାରଣ କରାଯାଇଥିଲା।  

 ବିଭ୍ରାନ୍ତିକର ଭାଇରାଲ ଅଡିଓଟିକୁ ପ୍ରସାରଣ କରାଯାଇଥିବାରୁ ଓଟିଭି ଏବଂ ଏହାର ୬ କର୍ମଚାରୀଙ୍କ ବିରୋଧରେ ସମ୍ ହସ୍ପିଟାଲ କର୍ତ୍ତୁପକ୍ଷ ମାନହାନି କେସ୍ କରିଥିବା ବେଳେ ସେଥିରେ ଅଡ଼ିଓରେ କଣ୍ଠସ୍ବର ଥିବା ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ବଜିତ ମହାନ୍ତିଙ୍କ ବିରୋଧରେ ମଧ୍ୟ ମକଦ୍ଦମା ରୁଜୁ କରିଛି।ଉଲ୍ଲେଖଯୋଗ୍ୟ ଯେ, ଗତକାଲି ହାଇଟେକ୍ ହସ୍ପିଟାଲ ପକ୍ଷରୁ ଓଟିଭି ବିରୋଧରେ ଅନୁରୂପ ମାମଲା ଦାୟର ହୋଇଛି। ଅନ୍ୟପକ୍ଷରେ ଗିରଫ ପରେ ଜାମିନରେ ଛାଡ଼ ପାଇଥିବା ବିଶ୍ବଜିତ ଏବଂ ଲକ୍ଷ୍ମୀକାନ୍ତ ମଧ୍ୟ ସଂପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଭ୍ରାନ୍ତିକାର ଭାଇରାଲ ଅଡିଓରେ ସେମାନଙ୍କ ବାର୍ତ୍ତାଳାପକୁ ୨ ଅଭିଯୁକ୍ତ ବିଶ୍ବଜିତ ଏବଂ ଲକ୍ଷ୍ମୀକାନ୍ତ ସ୍ବୀକାର କରିଥିଲେ ମଧ୍ୟ, ଏଥିରେ କିଛି ମନ୍ଦ ଉଦେଶ୍ୟ ନଥିଲା ବୋଲି ଆଗରୁ କହିଛନ୍ତି।

ଏପରି କି ସୋସିଆଲ ମିଡିଆରେ ତାହା ଭାଇରାଲ ହେବା ଏବଂ ସଂପକ୍ତ ଟିଭିରେ ତାର ପ୍ରସାରଣରେ ସେମାନଙ୍କ କିଛି ଭୂମିକା ନଥିଲା ବୋଲି କହିସାରିଛନ୍ତି। ଅନ୍ୟପକ୍ଷରେ କୋଭିଡ୍ ଜନିତ ଅସାଧାରଣ ପରିସ୍ଥିତିରେ ଭୟ ଆଉ ଆତଙ୍କ ସୃଷ୍ଟିକାରୀ କୌଣସି ପ୍ରକାର ଭୁଲ୍ ବା ବିଭ୍ରାନ୍ତିକର ତଥ୍ୟ କିମ୍ବା ଖବର ନ ଦେବାକୁ ତାହାର ପ୍ରଚାର ନ କରିବାକୁ ସ୍ପଷ୍ଟ ଭାବେ ବାରଣ ଥିବା ବେଳେ ବିଭ୍ରାନ୍ତିକର ଭାଇରାଲ ଅଡିଓକୁ ନେଇ ସାଧାରଣରେ ନାପସନ୍ଦ କରାଯାଉଛି।  

   Related Posts