Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କର୍କଟରେ ଶିଶୁଙ୍କ ଆରୋଗ୍ୟ ହାର ଅଧିକ, ‘ସମ୍’ ହସ୍ପିଟାଲରେ ଉପଲବ୍ଧ ହେଉଛି ଉନ୍ନତ ଚିକିତ୍ସା ସୁବିଧା

6/06/2021 at 12:11 PM

ଭୁବନେଶ୍ୱର, ୦୬/୦୬: ଜାତୀୟ କ୍ୟାନସର ସରଭାଇଭର ଦିବସ ଆସନ୍ତାକାଲି ପାଳନ ହେବ । ଏହି ଅବସରରେ ସମ୍‌ ହସ୍ପିଟାଲ୍‌ରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ସରୋଜ ପଣ୍ଡା କହିଛନ୍ତି, ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଶିଶୁଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ରହିଛି । ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକିତ୍ସା କରିବା ବଡ଼ ଆହ୍ୱାନ ହୋଇଛି ।

ଡ. ପଣ୍ଡା କହିଛନ୍ତି, ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି । ସମ୍‌ ହସ୍ପିଟାଲ୍‌ରେ ଆବଶ୍ୟକ ଭିତ୍ତିଭୂମି ଅଛି । ସମସ୍ତ ପ୍ରକାର ଶିଶୁ କର୍କଟ ରୋଗ ପାଇଁ ହସ୍ପିଟାଲ୍‌ରେ ଚିକିତ୍ସା ଯୋଗାଉଛୁ । ଆମେ ପ୍ରତିବର୍ଷ ପ୍ରାୟ ଦୁଇ ଶହ ପିଲାଙ୍କ ବିଭିନ୍ନ କର୍କଟ ରୋଗର ଚିକିତ୍ସା କରୁଛୁ । ଲ୍ୟୁକୋମିଆ, ଲିମ୍ଫୋମା, ବ୍ରେନ୍‌ ଟ୍ୟୁମର, ବୋନ୍‌ ଆଣ୍ଡ ସଫ୍ଟ ଟିସୁ କ୍ୟାନସର, ୱିଲ୍ମସ ଟ୍ୟୁମର୍‌ (କିଡ୍‌ନୀ କର୍କଟ), ନ୍ୟୁରୋବ୍ଲୋଷ୍ଟାମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଚିକିତ୍ସା ହେଉଛି । କର୍କଟ ରୋଗରେ ପୀଡ଼ିତ କୌଣସି ବି ଶିଶୁର ଚିକିତ୍ସା ଅଭାବ ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।

ସମ୍‌ ହସ୍ପିଟାଲ୍‌ ଶିଶୁ କର୍କଟ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି, ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି । ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ବିକାଶଶୀଳ ଦେଶ ଗୁଡିକରେ ଶିଶୁ କର୍କଟ ଚିକିତ୍ସାରେ ଆହୁରି ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି ।

   Related Posts