ସମ୍ ହସ୍ପିଟାଲର ଚାରୋଟି ବିଭାଗ ଏବଂ ଆଇଡିଏସ୍ ସ୍ୱାସ୍ଥ୍ୟସେବା ସର୍ଭେରେ ସହରରେ ଏକ ନମ୍ବର

Published By : Prameya-News7 Bureau | November 02, 2018 IST

ଭୁବନେଶ୍ୱର, ନଭେମ୍ବର ୨ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ୪ ଟି ବିଭାଗ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲ୍ଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି । ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ କ୍ଷେତ୍ରକୁ ନେଇ ୮ ବିଭାଗର ସର୍ଭେ ଟାଇମ୍ସ ହେଲ୍ଥ ପକ୍ଷରୁ କରାଯାଇଥିଲା । ବୁଧବାର ପ୍ରକାଶିତ ଏହି ସର୍ଭେରେ ସମ୍ ହସ୍ପିଟାଲ୍ର ଡାଇବେଟୋଲୋଜି, କସ୍ମେଟିକ୍ ଏବଂ ପ୍ଲାଷ୍ଟିକ ସର୍ଜରୀ, ଟ୍ରାଇକୋଲୋଜି ଏବଂ ଡର୍ମାଟୋଲୋଜି ବିଭାଗ ର‌୍ୟାଙ୍କିଙ୍ଗ୍ରେ ସହରରେ ପ୍ରଥମ ସ୍ଥାନ ରହିଛି । ସେହିପରି ଅର୍ଥୋପେଡ଼ିକ୍ସ ବିଭାଗ, ଓପ୍ଥାଲ୍ମୋଲୋଜି ଏବଂ ବାରିଆଟ୍ରିକ୍ସ ବିଭାଗ ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉନ୍ନତ ଧରଣର ଦନ୍ତ ଚିକିତ୍ସା ଏବଂ ପାଠ୍ୟକ୍ରମ ନେଇ ବେଶ ପରିଚିତ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ପୂର୍ବାଂଚଳ ଓ ସହର ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଦନ୍ତ ଚିକିତ୍ସା ପାଇଁ ସାରା ଦେଶରେ ୧୩ତମ ସ୍ଥାନରେ ରହିଛି ଆଇଡିଏସ୍ । ସମ୍ ହସ୍ପିଟାଲ୍ର ଟ୍ରାଇକୋଲୋଜି ବିଭାଗ ପୂର୍ବାଂଚଳ ର‌୍ୟାଙ୍କିଙ୍ଗ୍ରେ ଚତୁଃର୍ଥ ସ୍ଥାନରେ ରହିଥିବା ବେଳେ ଦେଶରେ ୧୪ତମ ସ୍ଥାନରେ ରହିଛି । ସେହିପରି ସର୍ଭେ ଅନୁଯାୟୀ ବାରିଆଟ୍ରିକ୍ସ ବିଭାଗ ପୂର୍ବାଂଚଳରେ ଷଷ୍ଠ ସ୍ଥାନ ହାସଲ କରିଛି ।ଡାଇବେଟୋଲୋଜି ବିଭାଗ, କସ୍ମେଟିକ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଏବଂ ଅର୍ଥୋପେଡିକ୍ସ ବିଭାଗ ପୂର୍ବାଂଚଳରେ ସପ୍ତମ ର‌୍ୟାଙ୍କ୍ରେ ରହିଥିବା ବେଳେ ଓପ୍ଥାଲ୍ମୋଲୋଜି ବିଭାଗ ଏବଂ ଡର୍ମାଟୋଲୋଜି ବିଭାଗ ପୂର୍ବାଂଚଳରେ ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.