ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱସନୀୟ ସମ୍, ଭୁବନେଶ୍ୱରରେ ତିନୋଟି ଡାକ୍ତରଖାନା, ଜିଣିଛି ରୋଗୀଙ୍କ ଭରସା

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର, ୦୭|୦୫: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆଇଏମଏସ୍ ସମ୍ ହସ୍ପିଟାଲର ଭୂମିକା ଉଲ୍ଲେଖନୀୟ । ଏହି ହସ୍ପିଟାଲ ସମସ୍ତ ବର୍ଗର ରୋଗୀଙ୍କୁ ସେବା ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ  ରାଜଧାନୀ ଭୁବନେଶ୍ୱରରେ ସମ୍‌ର  ତିନୋଟି  ହସ୍ପିଟାଲ ରହିଛି । ଏହି ତିନୋଟି ହସ୍ପିଟାଲ ହେଲା ସମ୍ ହସ୍ପିଟାଲ, ସମ୍ ଅଲ୍ଟିମେଟ୍ ମେଡି କେୟାର ଏବଂ ସମ୍ କୋଭିଡ୍ ହସ୍ପିଟାଲ ।

ଆଇିଏମଏସ୍ ଓ ସମ୍ ହସ୍ପିଟାଲ ସବୁ ବର୍ଗଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେହିପରି ନୂଆ କରି ପ୍ରତିଷ୍ଠା ହୋଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାର ଏକ କର୍ପୋରେଟ୍ ହସ୍ପିଟାଲ୍ । ଏହା ବ୍ୟତୀତ କରୋନା ମୁକାବିଲା ପାଇଁ ଭାରତର ଦ୍ୱିତୀୟ ବୃହତ ହସ୍ପିଟାଲ ହେଉଛି ସମ୍ କୋଭିଡ୍ ହସ୍ପିଟାଲ ।

ସମ୍ ହସ୍ପିଟାଲ ହେଉଛି ଏହାର ପ୍ରଥମ ମେଡିକାଲ । ଏହି ଦୀର୍ଘ ୧୩ ବର୍ଷ ଧରି ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଆସୁଛି । ଏହା ଲୋକଙ୍କୁ ଆସ୍ଥା ମଧ୍ୟ ଜିଣିଛି । ଅନେକ ଦୁର୍ଲଭ ରୋଗର ସଫଳ ଅପରେସନ ଏହି ହସ୍ପିଟାଲରେ ହୋଇସାରିଛି । ୨୦୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ହସ୍ପିଟାଲ । ଦୀର୍ଘ ୧୩ ବର୍ଷ ଧରି ଏହି ହସ୍ପିଟାଲ ରୋଗୀସେବାରେ ଉଲ୍ଲେଖନୀୟ ସଫଳତା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନିର୍ଭରଯୋଗ୍ୟ ଚିକିତ୍ସାଳୟ ହେବାର ଶ୍ରେୟ ବି ହାସଲ କରିଛି ।

ସାରା ଦେଶରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମ୍  ଅଲ୍ଟିମେଟ୍ ମେଡିକେୟାରର ସ୍ଥାପନ କରାଯାଇଥିଲା । ଏଠାରେ ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ପର୍ଯ୍ୟବସିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି । ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ର ମୂଳ ଲକ୍ଷ୍ୟ । ରୋଗୀମାନଙ୍କ ଚିକିତ୍ସା, ସେବା ଓ ଯତ୍ନ ଏହାର ଲକ୍ଷ୍ୟ । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍ ନେକ୍ସଟ ଜେନେରେସନ ଟ୍ରିଟମେଣ୍ଟ୍ ସହିତ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ରୋଗୀ ସେବା କରିବା ଲକ୍ଷ୍ୟ ରଖିଛି । ପ୍ରତ୍ୟେକ ବିଭାଗରେ ଅନୁଭୂତି ସମ୍ପନ୍ନ ମେଡିକାଲ୍  କେୟାର ବିଶେଷଜ୍ଞଙ୍କୁ ସମ୍  ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍ )ରେ ସାମିଲ୍  କରାଯାଇଛି ।

ଦେଶର ଦ୍ୱିତୀୟ ବୃହତ ତଥା ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ହେଉଛି ସମ୍ କୋଭିଡ୍ ହସ୍ପିଟାଲ  । ଆଇଏମ୍ ଏସ୍ ଓ ସମ୍  ହସ୍ପିଟାଲ ସହାୟତାରେ ନିର୍ମିତ ହୋଇଛି ପୂର୍ବ ଭାରତର ସର୍ବ ବୃହତ କୋଭିଡ ହସ୍ପିଟାଲ ।  ଏହା ମଧ୍ୟ ଦେଶର ଦ୍ବିତୀୟ ବୃହତ୍ତମ । ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୨ରେ ଏହି ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ, ଏମସିଏଲ୍ ସିଏମଡି ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.