Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର, ଆପେଣ୍ଡିସାଇଟିସ୍‌ରୁ ସୁସ୍ଥ ହେଲେ ୧୧ ବର୍ଷର ବାଳିକା

5/11/2021 at 5:55 PM

ଭୁବନେଶ୍ୱର, ୫/୧୧: କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଡାକ୍ତର । ଭୁବନେଶ୍ୱର ପଟିଆ ଅଂଚଳର ୧୧ ବର୍ଷର ବାଳିକାର ତଳି ପେଟରେ ଯନ୍ତ୍ରଣା ହେବା ଯୋଗୁଁ ସେ ଚିକିତ୍ସା ପାଇଁ ଗତ ୨୭ ତାରିଖ ଦିନ ସମ୍ ହସ୍ପିଟାଲ୍‌କୁ ଆସିଥିଲେ । ସେଠାରେ ପରୀକ୍ଷା ନିରୀକ୍ଷା ସମୟରେ ସେ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା କରିବା ପରେ ତୁରନ୍ତ ଅସ୍ତ୍ରୋପଚାର କରାଯିବାର ନିଷ୍ପତି ନେଇଥିଲେ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଲଳିତ ପରିଡା । କୋଭିଡ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ନିୟମକୁ ପାଳନ କରି ବାଳିକାଟିର ଆପେଣ୍ଡେକ୍ଟୋମି କରାଯାଇଥିଲା । ଯଦିଓ ପୂର୍ବରୁ କରାଯାଇଥିବା ଅଲ୍ଟ୍ରାସାଉଣ୍ଡରେ କେବଳ ଆପେଣ୍ଡିସାଇଟିସ୍ ଚିହ୍ନଟ ହୋଇଥିଲା । ତେବେ ଅପରେସନ୍ ସମୟରେ ପେଟରେ ପ୍ରାୟ ଦେଢ଼ ସେମିର ଷ୍ଟୋନ୍ ମଧ୍ୟ ଥିବାର ଜଣାପଡ଼ିଥିଲା । ଡାକ୍ତରୀ ଭାଷାରେ ଏହାକୁ ପର୍ଫୋରେଟେଡ୍ ଆପେଣ୍ଡିସାଇଟିସ୍ ୱିଥ୍ ଫେକୋଲିଥ୍ ଓ ପ୍ୟାୟୋପେରିଟୋନିୟମ୍ ବୋଲି ଡାକ୍ତର ପରିଡା କହିଛନ୍ତି । ସର୍ଜରୀ ଦ୍ୱାରା ବାଳିକାଟିର ଶରୀରରୁ ଏହା କଢ଼ା ହୋଇଯାଇଛି ।

ଡାକ୍ତର ପରିଡାଙ୍କୁ ଏହି ସର୍ଜରୀରେ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ଡଃ ସ୍ୱସ୍ତିକା ସ୍ୱାରୋ ସହାୟତା କରିଥିଲେ । ସେହିପରି ସର୍ଜରୀ ପରେ ଆଇସିୟୁରେ ତା’ର ଚିକିତ୍ସା ଓ ଯତ୍ନ ନେଇଥିଲେ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ମୃଣ୍ମୟ ଦାସ ମହାପାତ୍ର ଓ ଡଃ ଶୁଭଶ୍ରୀ ବେଉରା । ଡଃ ପରିଡା ଚଳିତ ବର୍ଷ ମେ ମାସରେ ଅନ୍ୟ ଜଣେ କୋଭିଡ ସଂକ୍ରମିତ ୧୪ ବର୍ଷୀୟ ବାଳିକାର ସେ ସଫଳ ଆପେଣ୍ଡିସାଇଟିସ୍ ସର୍ଜରୀ କରିଥିଲେ ବୋଲି କହିଛନ୍ତି । ଡଃ ପରିଡାଙ୍କ ମତରେ କୋଭିଡ୍ ସଂକ୍ରମିତ ଶିଶୁଙ୍କ ନିକଟରେ ଆପେଣ୍ଡିସାଇଟିସ୍ ଦେଖାଦେଲେ ଏହା ଗୁରୁତର ହୋଇପାରେ ଏବଂ ଏଥି ନିମନ୍ତେ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ । ଖୁବ୍ ଶୀଘ୍ର ଝିଅଟି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ ବୋଲି ସେ କହିଛନ୍ତି ।

ଝିଅଟି ସୁସ୍ଥ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କର ବାପା ଶ୍ରୀ ଅଜୟ ନାୟକ । ଝିଅ ଅସୁସ୍ଥ ହୋଇପଡ଼ିବା ସହ କୋଭିଡ୍ ସଂକ୍ରମିତ ହେବା ପରେ ଆମେ ଭୟଭୀତ ହୋଇପଡ଼ିଥିଲୁ । ତେବେ ଯେଉଁଭଳି ଭାବେ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଝିଅର ତୁରନ୍ତ ଅସ୍ତ୍ରୋପଚାର କରାଯିବା ସହ ଚିକିତ୍ସା କରାଗଲା ସେଥିପାଇଁ ଆମେ କୃତଜ୍ଞ ବୋଲି ଶ୍ରୀ ନାୟକ କହିଛନ୍ତି । ଅସ୍ତ୍ରୋପଚାର ସହ କୋଭିଡ୍‌ର ମଧ୍ୟ ଉତ୍ତମ ଚିକିତ୍ସା କରାଯାଉଥିଲା ଏବଂ ହସ୍ପିଟାଲ୍ ପକ୍ଷରୁ ଝିଅ ବିଷୟରେ ଆମକୁ ସବୁ ସମୟରେ ସୂଚନା ଦିଆଯାଉଥିଲା । ସମ୍ କୋଭିଡ୍ ହସ୍ପିଟାଲ୍‌ର ଏହି ଉପକାର ଭୁଲି ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

   Related Posts