ଲଖନଉ ଯାଉଥିବା ବିମାନରେ ଯାତ୍ରୀଙ୍କର ପ୍ରାଣ ବଂଚାଇଲେ ସମ୍ ଡାକ୍ତର

Published By : Prameya-News7 Bureau | November 21, 2018 IST

ଭୁବନେଶ୍ୱର ୨୧/୧୧ : ବିମାନ ଯାତ୍ରା ସମୟରେ ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରି ପ୍ରଶଂସାର ପାତ୍ର ହୋଇଛନ୍ତି ସମ୍ ହସ୍ପିଟାଲ୍ର ଡାକ୍ତର । ବେଙ୍ଗାଲୁରୁ ରୁ ଲକ୍ଷେ୍ନା÷ ଯାଉଥିବା ବିମାନରେ ହଠାତ୍ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବା ସହ ଚେତା ହରାଇବସିଥିଲେ । ଯାତ୍ରୀଙ୍କ ଅବସ୍ଥା ଦେଖି ବିମାନରେ କାର୍ଯ୍ୟରତ କର୍ମଚାରୀ ଓ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ତେବେ ତାଙ୍କୁ ଚିକିତ୍ସା କରି ସୁସ୍ଥ କରାଇଛନ୍ତି ସଂପୃକ୍ତ ଡାକ୍ତର । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ହ ସ୍ପିଟାଲ୍ର ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ପ୍ରକାଶ କୁମାର ସାହୁ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ବିମାନରେ ବେଙ୍ଗାଲୁରୁ ରୁ ଲକ୍ଷେ୍ନା÷ ଯାତ୍ରା କରୁଥିବା ବେଳେ ବିମାନରେ ହିଁ ଏହି ଜରୁରୀକାଳିନ ପରିସ୍ଥିତି ଉପୁଜିଥିଲା । ଜଣେ ବୟସ୍କ ଯାତ୍ରୀ ସାଣ୍ଡୱିଚ୍ ଖାଉଥିବା ବେଳେ ସେ ଅସୁସ୍ଥ ହୋଇପଡ଼ି ଚେତା ହରାଇଥିଲେ । ତାଙ୍କ ପତ୍ନୀ ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି କାନ୍ଦି କାନ୍ଦି ସାହାଯ୍ୟ ମାଗିଥିଲେ । ଏଭଳି ପରିସ୍ଥିତି ଦେଖି ପ୍ରଫେସର ସାହୁ ଯାତ୍ରୀଙ୍କ ପାଖକୁ ତୁରନ୍ତ ଯାଇ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାଥମିକ ଚିକିତ୍ସା କରିବା ବ୍ୟତୀତ କାର୍ଡିଓ ପଲ୍ମୋନାରୀ ରେସୁସ୍ସିଟେସନ୍ ର ସାହାଯ୍ୟ ନେଇଥିଲେ । ଯାତ୍ରୀଙ୍କୁ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା । କିଛି ସମୟ ପରେ ସଂପୃକ୍ତ ଯାତ୍ରୀ ଜଣକ ସୁସ୍ଥ ହୋଇଥିଲେ । ସେ ସୁସ୍ଥ ହେବା ପରେ ତାଙ୍କ ପତ୍ନୀ, ବିମାନ ପରିଚାରିକା ଏବଂ ଅନ୍ୟ ଯାତ୍ରୀମାନେ ଆସ୍ୱସ୍ତ ହୋଇଥିଲେ । ବିମାନ କର୍ମଚାରୀ ଓ ପରିଚାରିକାମାନେ ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏକ ଚିଠି ମାଧ୍ୟମରେ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ବିନା ଏପରି ଏକ କଠିନ ସମସ୍ୟାର ସାମ୍ନା କରିବା ସମ୍ଭବ ହୋଇପାରି ନଥାନ୍ତା ବୋଲି ସେମାନେ ଲେଖି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.