Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା, ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥ

9/11/2020 at 6:10 PM

ଭୁବନେଶ୍ୱର, ୯ /୧୧: ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ  ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ଶ୍ରୀମତି ସରୋଜିନୀ ପଟ୍ଟନାୟକ ।

କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର । କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମଧୁମେହ ରୋଗରେ ପିଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ । କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍ ଅପ୍ରାଣ ଉଦ୍ୟମ କରିଥିଲେ ।

ସୋମବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସରୋଜିନୀ ଓ ତାଙ୍କ ପରିବାର ସମ୍ କୋଭିଡ୍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉତମ ଚିକିତ୍ସା ଯୋଗୁଁ ତାଙ୍କ ଜେଜେ ମା’ କରୋନାକୁ ପରାସ୍ତ କରିପାରିଲେ ବୋଲି କହିଛନ୍ତି ସରୋଜିନୀଙ୍କ ନାତି ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ।

କେବଳ ସରୋଜିନୀ ନୁହଁନ୍ତି ତାଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି ।

   Related Posts