Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ରାଜ୍ୟରେ କରୋନା ଭାଇରସର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ୍-୧୯ ହସ୍ପିଟାଲ୍ : ଧର୍ମେନ୍ଦ୍ର ପ୍ରଧାନ

6/04/2020 at 5:24 PM

ନୂଆଦିଲ୍ଲୀ/ଭୁବନେଶ୍ୱର୦୬।୦୪: ସୋମବାର ସମ୍‌ ହସ୍ପିଟାଲରେ ରାଜ୍ୟର ସବୁଠୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି।  ଆଇଏମ୍ ଏସ୍ ଓ ସମ୍  ହସ୍ପିଟାଲ ସହାୟତାରେ ନିର୍ମାଣ ହୋଇଥିବା ରାଜ୍ୟ ସରକାରଙ୍କର ଏହି କୋଭିଡ୍ -୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍  ରଖାଯାଇଛି।

ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଭୁବନେଶ୍ୱର ସମରେ ଆୟୋଜିତ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ପରିସ୍ଥିତିରେ ଏହି ହସ୍ପିଟାଲ ରାଜ୍ୟରେ କରୋନା ଭାଇରସ ବିରୋଧରେ ଲଢି ଏହାର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।  

ରେକର୍ଡ ସଂଖ୍ୟକ ସମୟରେ କୋଭିଡ୍-୧୯ ହସ୍ପିଟାଲର ପରିଚାଳନା ଏବଂ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ସୁବିଧା ଉପଲବ୍ଧ କରେଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,  କୋଲ୍ ଇଣ୍ଡିଆ ଏବଂ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ମାଗଣାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରିବା ସହ ମାଗଣାରେ ରହିବା ଓ ଖାଇବା ମଧ୍ୟ ଯୋଗାଇବ । କରୋନା ବିରୋଧୀ ଲଢ଼େଇରେ ଓଡ଼ିଶା ପ୍ରଶାସନର ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ମହାମାରୀକୁ ସାମ୍ନା କରିବା ତଥା ଲଢିବାରେ ଓଡ଼ିଶା ନେତୃତ୍ୱ ନେଉଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସମୟରେ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏକାଠୀ ହୋଇ ଆମେ ଶତ୍ରୁ ବିପକ୍ଷରେ ଏହି ଯୁଦ୍ଧ ଜିତିପାରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଜାତି କଳିଙ୍ଗ ଯୁଦ୍ଧ ଓ ନଅଙ୍କ ଦୁର୍ଭିକ୍ଷ ଭଳି ଚ୍ୟାଲେଞ୍ଜକୁ ସାମ୍ନା କରିଛି । ସେହିଭଳି ବିଶ୍ୱ ମାନବଜାତିକୁ ଦୋହଲାଇ ଦେଇଥିବା କୋରନା ମହାମାରୀକୁ ମଧ୍ୟ ସମସ୍ତଙ୍କ ସହଯୋଗରେ ସାମ୍ନା କରିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ଦଳ, ମତ ନିର୍ବିଶେଷରେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ତଥା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା, ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ଘରେ ରହିବା ପାଇଁ ଲୋକଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ସଂକଟ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

   Related Posts