Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

କରୋନା ମୁକାବିଲାରେ ଆଗଧାଡିରେ ସୋଆ, ୨୦୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା

7/08/2020 at 8:36 PM

ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀ ଆତଙ୍କରେ ବ୍ୟସ୍ତ ବିବ୍ରତ । ଜନଜୀବନ ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ । ଦିନକୁ ଦିନ ବଢି ବଢି ଚାଲିଛି କୋଭିଡ-୧୯ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା । ଆମେରିକା, ଇଟାଲୀ ଓ ବ୍ରାଜିଲ୍‌ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ କୋଭିଡ୧୯ ମହାମାରୀ ସହ ଯୁଦ୍ଧ ଜାରି ରଖିଛି । ଏହି ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍‌ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍‌ ଏବଂ ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଏହି ମିଶନରେ ସୋଆର ପ୍ରଧାନ ଉଦ୍ଦେଶ୍ୟଟି ହେଲା, ‘ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ’ ।

ଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବାବେଳେ ମାତ୍ର ଦୁଇ ତିନି ଜଣ ସଂକ୍ରମିତ ହୋଇଥିଲେ । ତେବେ ସେହି ମୁହୁର୍ତ ଠାରୁ ହିଁ ଯୁଦ୍ଧକାଳୀନ ଭିତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ଅଭିଯାନରେ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ । ଜୀବନ ଜୀବିକାର ଦୋ ଛକିରେ ଥିବା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେ ସୋଆ ପକ୍ଷରୁ ୨୦୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍‌ ଏବଂ କୋଭିଡ କେୟାର ସେଣ୍ଟର ପରିଚାଳନା କରାଯାଉଛି ।

ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍‌ ୨ରେ ମହାନଦୀ କୋଲ ଫିଲ୍ଡସ୍‌ର ସହଭାଗିତାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆହୁରି ୧୦୦ ବୃଦ୍ଧି ପାଇ  ୬୨୫ରେ ପହଂଚିଛି । ଏଥିରେ ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତ୍ତମ ଏବଂ ଭାରତର ଅନ୍ୟତମ ବୃହତ୍ତମ କୋଭିଡ ଆଇସିୟୁ ଭାବେ ପରିଗଣିତ ହେଉଛି । ସେହିପରି ସୋଆ ପକ୍ଷରୁ ଏପ୍ରିଲ୍‌ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରାଯାଇଥିଲା ଓ ତାହା ପୂର୍ଣ୍ଣ ମାତ୍ରାରେ କରୋନା ସଂକ୍ରମିତଙ୍କ ସଫଳ ଚିକିତ୍ସାରେ ସମର୍ଥ ରହିଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି ।

ଏପ୍ରିଲ୍‌ ୨୦ ତାରିଖରେ ତାଳଚେର ଠାରେ ଏମ୍‌ସିଏଲ୍‌ର ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା ରହିଛି । ଲକ୍ଷଣବିହୀନ କିମ୍ବା କମ୍‌ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର୍‌ ମଧ୍ୟ ଆରମ୍ଭ କରାଯାଇଛି ।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍‌ କର୍ମଚାରୀମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ୍‌ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରୀ ରହିଛି । ଏହା ଏକ ଯୋଦ୍ଧା ଏବଂ ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।

ହସ୍ପିଟାଲ୍‌ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି କରୋନା ଯୋଦ୍ଧାମାନଙ୍କ ଯୋଗୁଁ କରୋନା ସଂକ୍ରମଣ ସହିତ ଅନେକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ବିଶେଷ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ମାରାତ୍ମକ ଅଟେ । କିନ୍ତୁ ସମ୍‌ କୋଭିଡ ହସ୍ପିଟାଲ୍‌ଗୁଡ଼ିକରେ ୮୦ ରୁ ୮୫ ବର୍ଷର ବୃଦ୍ଧ ବୃଦ୍ଧା ଏବଂ ୧୦ ବର୍ଷରୁ କମ୍‌ ବୟସର ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି । କରୋନା ଭାଇରସ୍‌ ସଂକ୍ରମଣ ସହ ମୁକାବିଲା କରିବା ଏତେ ସହଜସାଧ୍ୟ ନୁହେଁ । ଏହି ସଂକ୍ରମଣକୁ ରୋକିବା ପାଇଁ ଜ୍ଞାନ, କୌଶଳ ଏବଂ ବୁଝାମଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଏହି ମହାମାରୀରୁ ଜନସମାଜକୁ ରକ୍ଷା କରିବା ନିମନ୍ତେ କୋଭିଡ-୧୯ ଭାକ୍ସିନ୍‌ର ପରୀକ୍ଷଣରେ ମଧ୍ୟ ନିଜକୁ ନିୟୋଜିତ କରିଛି ସୋଆ । କୋଭିଡ-୧୯ ଭାକ୍ସିନ୍‌ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ସମ୍‌ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି । ଆଇସିଏମ୍‌ଆର୍‌ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଯୋଗରେ ଏହି ଭାକ୍ସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍‌ ହସ୍ପିଟାଲ୍‌ରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି । ଅନେକ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରି ରହିଛି । ସେହିପରି ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ପ୍ଲାଜମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବା ସହ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀରଭାବେ ବୁଝିବା ନିମନ୍ତେ ସମ୍‌ ହସ୍ପିଟାଲ୍‌ରେ ଜେନୋମିକ୍‌ ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି ।

କୋଭିଡ ହସ୍ପିଟାଲ୍‌ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍‌ ପରିଚାଳନା ମଧ୍ୟ କରାଯାଉଛି । ଏସବୁ ସତ୍ୱେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍‌ ବିରୁଦ୍ଧରେ ଅପପ୍ରଚାର ଚଳାଇବା ଦୁଃଖଦାୟକ । ସଂପୃକ୍ତ ଗଣମାଧ୍ୟମଗୁଡ଼ିକ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଅନୁରୋଧ ।

   Related Posts