ସୁଲତାନ ଆଜଲାନ୍ ସାହା ହକିରେ ଭାରତର ବାଜିମାତ୍ ; ତୃତୀୟ ମ୍ୟାଚ୍‌ରେ ମାଲେସିଆକୁ ୪-୨ ଗୋଲ୍ ରେ ହରାଇଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | March 27, 2019 IST

ମାଲେସିଆ ୨୭|୩ : ମାଲେସିଆରେ ଖେଳାଯାଉଥିବା ସୁଲତାନ ଆଜଲାନ ଶାହା କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ଦ୍ବିତୀୟ ବିଜୟ ହାସଲ କରିଛି । ଗତକାଲି ଭାରତ ଆୟୋଜକ ମାଲେସିଆକୁ ୪-୨ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ୧୭ ଓ ୨୭ ମନିଟ୍‌ରେ ସୁମିତ କୁମାର ଦୁଇଟି ଗୋଲ୍ ଦେଇଥିଲେ । ସେହିପରି ୩୬ ତମ ମିନିଟ୍ ରେ ବରୁନ କୁମାର ଓ ୫୮ତମ ମିନିଟ୍ ରେ ମନଦୀପ ସିଂହ ଗୋଟିଏ ଲେଖାଏ ଗୋଲ୍ କରିଥିଲେ । ତେବେ ମାଲେସିଆ ଦୁଇଟି ଗୋଲ୍  ସୁଝି ଦେଇଥିଲା । ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି । ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଏସୀୟ ଚାମ୍ପିଅନ ଜାପାନକୁ ୨-୦ ଗୋଲରେ ହରାଇଥିଲା । ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ ମ୍ୟାଚ ୧-୧ ଗୋଲରେ ଡ୍ର’ କରିଥିଲା । ଆଜି ଭାରତ କାନଡାକୁ ଭେଟିବ । ଏହି ମ୍ୟାଚ୍  ହିଁ ଭାରତର ଫାଇନାଲ ଖେଳିବା ଉପରେ ଅନେକ କିଛି ନିର୍ଭର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.