ନିରଞ୍ଜନ ତନୟ ସୁଲିଆ ବାଲେଶ୍ବରରୁ ହେବେ ଏମପି ପ୍ରାର୍ଥୀ ! ଶ୍ରୀକାନ୍ତ ଯିବେ କେନ୍ଦ୍ରାପଡା !!
6/10/2018 at 6:02 PM

ଭୁବନେଶ୍ବର ୬|୧୦: କଂଗ୍ରେସ କଂଗ୍ରେସ ଯାତ୍ରରେ ବାଲେଶ୍ବରରୁ କାହିକିଁ ଆରମ୍ଭ କଲେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ। କାହାକୁ ଫୋକସରେ ରଖି ଏହି ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ବାଲେଶ୍ବରରୁ ନିରଞ୍ଜନଙ୍କ ପୁଅ ସୁଲିଆ ଲୋକ ସଭା ପ୍ରାର୍ଥୀ କରାଇବା ପାଇଁ ଯୋଜନା ହୋଇଛି। ଯୋଜନା ମୁତାବକ ଲୁଲିଆ ବି ସବୁ କଥା ବୁଝୁଛନ୍ତି। କିନ୍ତୁ ଏଭଳି କଥା ନିରଞ୍ଜନ ଖଣ୍ତନ କରିଥିବାବେଳେ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କ ଉତ୍ତର କିନ୍ତୁ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି..
ନିରଞ୍ଜନଙ୍କ ପରେ ତାଙ୍କ ପରିବାରର କିଏ ଓହ୍ଲାଇବ ରାଜନୈତିକ ମଇଦାନକୁ । ବାଲେଶ୍ବରକୁ ଟାର୍ଗେଟ କରିବା ପଛର ରହସ୍ୟ କରଣ ରହିଛି। ଚର୍ଚ୍ଚା ହେଉଛି ନିରଞ୍ଜନଙ୍କରେ ପରେ ତାଙ୍କ ପୁଅ ସୁଲିଆ ପଟ୍ଟନାୟକ ରାଜନୀତିର ମଙ୍ଗ ଧରିବେ। ତାଙ୍କୁ ୨୦୧୯ ସାଧରଣ ନିର୍ବାଚନ ରଣଙ୍ଗନାରେ ଲଞ୍ଚ କରିବା ପାଇଁ ପଟ୍ଟନାୟକ ଫ୍ୟାମିଲି ରୋଡମ୍ୟାପ କରିଛି। ବାଲେଶ୍ବରରେ ଲୋକସଭା ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସେଥିପାଇଁ ଲୁଲିଆ ପଟ୍ଟନାୟକ ବି ବାଲେଶ୍ବରରେ ଜାଗରଣ ଯାତ୍ରରେ ସବୁ କଥା ବୁଝିଛନ୍ତି। ବାପାଙ୍କ ପଛେ ପଛେ ବୁଲୁଛନ୍ତି। ପୋଷ୍ଟର ଲାଗାଇବାକୁ ଠାରୁ ଆରମ୍ଭ କରି ମିଟିଂର ସବୁକଥା ଲୁଲିଆଙ୍କ ନିର୍ଦେଶରେ ପରିଚାଳିତ ହେଉଛି। କିନ୍ତୁ ବାପା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ ରୋକ ଠୋକ ମନା କରିଦେଇଛନ୍ତି। କହିଛନ୍ତି ତାଙ୍କ ପୁଅ ନିର୍ବାଚନ ଲଢ଼ିବାର ନାହିଁ।
ଏପଟେ ବାଲେଶ୍ବରରେ ଜଗରଣ ଯାତ୍ରା ଚାଲିଥିବାବେଳେ ପୂର୍ବତନ ବଲେଶ୍ବର ସାସଂଦ ଶ୍ରୀକାନ୍ତ ଜେନା ବି ସାଙ୍ଗରେ ବୁଲିଛନ୍ତି। କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି। ବାଲେଶ୍ବରରେ କିଏ ସାଂସଦ ପ୍ରାର୍ଥୀ ହେବ ତାଙ୍କୁ ପଚାରିବାରୁ ଭିନ୍ନ ଉତ୍ତର ଆସିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରକାନ୍ତ ଜେନା କହିବା ଅନୁଯାୟୀ ତାଙ୍କୁ ଦଳ ଯେଉଁଠି ଟିକେଟ ଦେବେ ସେଠୁ ଲଢ଼ିବେ। ଶ୍ରୀକାନ୍ତ ଜେନା ଏବେ ବାଲେଶ୍ବର ଛାଡି କେନ୍ଦ୍ର ପଡା ଆଡେ ମନବଳାଇଥିବା ଚର୍ଚ୍ଚା ହେଉଛି।
ବାଲେଶ୍ବର ଏକଦା କଂଗ୍ରେସର ଗଡ ଥିଲା। ୨୦୦୯ ବିଜେଡି ହାଓ୍ବା ସତ୍ବେ କଂଗ୍ରେସ ଲୋକସଭା ଆସନରେ ସ୍କୋର କରିଥିଲା ଏବେ ବି ବାଲେଶ୍ବରରେ ହେଉଥିବା ଜଗରଣ ଯାତ୍ରାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ତେଣୁ ବାଲେଶ୍ବରରୁ ପୁଅକୁ ପ୍ରାର୍ଥୀ କରାଇଲେ ରିସ୍କ କମ । ପଟ୍ଟନାୟକ ଫ୍ୟାମିଲି ବି ଚାହୁଛି କେମିତି ତାଙ୍କ ପୁଅ ଷ୍ଟାଣ୍ତ କରାଇବାକୁ କାରଣ ଭବିଷ୍ୟତରେ ଏଭଳି ମାହେନ୍ଦ୍ର ବେଳା ମିଳିବନି।