ଆଜି ବଲାଙ୍ଗିରର ଶୁଲିଆ ଯାତ୍ରା ; ରକ୍ତରଞ୍ଜିତ ହେବ ପ୍ରସିଦ୍ଧ ଶୁଲିଆ ପୀଠ

Published By : Prameya-News7 Bureau | January 08, 2019 IST

ବଲାଙ୍ଗିର ୮|୧: ଆଜି ବଲାଙ୍ଗିରର ଶୁଲିଆ ଯାତ୍ରା । ପୁଣି ରକ୍ତରଞ୍ଜିତ ହେବ ପ୍ରସିଦ୍ଧ ଶୁଲିଆ ପୀଠ । ସକାଳୁ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା । ଖଇରଗୁଡା  ଗାଁର ବଡ ଖଳା ଓ ସାନ ଖଳାରେ ବଳିଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଇଥାଏ। ପରେ ଭକ୍ତ ମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଡା, କୁକୁଡା, ପାରା, ସହ ପୋଢ ବଳି ମଧ୍ୟ ଦିଆଯାଇଥାଏ । ଦିନ ସାରା ୨ ଖଳାରେ ବଳି ଦିଆ ଯିବ ।

{"id":71552}

ବର୍ଷ ବଳି ପ୍ରଥା ବନ୍ଦ କରିବାକୁ ଶୁଲିଆ ଯାତ୍ରା କମିଟି ସହ ପ୍ରଶାସନର ବୈଠକ ବସିଥିଲା ହେଲେ କିଛି ସୁଫଳ ମିଳିନି । ଫଳରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ମାନସିକ ବଳି ପଡିବ । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୫ପ୍ଲାଟୁନ୍ ପୋଲିସ ଫୋର୍ସ, ୪ଜଣ ଡିଏସ୍ ପି, ଆଇଆଇସି ଓ ଆଡିସନାଲ ଏସପିଙ୍କୁ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.