ଶୁଳିଆ ପୀଠରେ ପଡ଼ିଲା ବଳି, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | January 19, 2021 IST

ବଲାଙ୍ଗିର ୧୯।୦୧: ଶୁଲିଆ ପୀଠରେ ପଡ଼ିଲା ବଳି । ମୁଖ୍ୟ ପୂଜକଙ୍କ ପୂଜା ପରେ ପଡିଲା ବଳି । ପ୍ରଥମେ ଧଳା ଗଞ୍ଜା କୁକୁଡ଼ା ଓ ପରେ ଧଳା ପାଟଭୁକା ବଳୀ ଦିଆଯାଇଥିଲା । ଏହାପରେ  ବିଭିନ୍ନ ମାନସିକ ଧାରି  ଆଣିଥିବା ଛେଳି,ମେଣ୍ଢା, କୁକୁଡ଼ା, ବଳି ଦିଆଯାଉଛି । କୋଭିଡ଼ କଟକଣାରେ ଶୁଳିଆ ଯାତ୍ରା ହୋଇଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କରୋନା କଟକଣା ମଧ୍ୟରେ ହୋଇଛି ପ୍ରସିଦ୍ଧ ବଲାଙ୍ଗୀର ଶୁଳିଆ ଯାତ୍ରା । ସରକାରଙ୍କ ଗାଇଡ ଲାଇନ ଅନୁଯାଇ ଯାତ୍ରା ପାଳନ ହେବା ନେଇ ନିଷ୍ପତ୍ତି ନେଇଥିଲା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଚଳିତ ବର୍ଷ ଶୁଳିଆ ଯାତ୍ରାରେ କେବଳ ପୂଜା ଓ ବଳି ପର୍ବ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସୁଲିଆ ମହୋତ୍ସବକୁ ପୂଜା କମିଟି ବନ୍ଦ କରିଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯିବ। ଦେଓଗାଁ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର ଖଇରଗୁଡା ଗାଁରେ ପ୍ରତି ବର୍ଷ ଭଳି ପାଳିତ ହୋଇଥାଏ ସୁଲିଆ ଯାତ୍ରା। ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ବହୁ ଆଡମ୍ବରରେ ପୂଜାର୍ଚନା ସହ ହଜାର ହଜାର ପଶୂ ଓ ପକ୍ଷୀ ବଳି ଦେଇ ପୂଜା କରାଯାଇ ଆସୁଛି । ବଲାଙ୍ଗୀର ଜିଲ୍ଲା ସହ କଳାହାଣ୍ଡି, ବରଗଡ, ସମ୍ବଲପୁର, ମାଲକାନଗିରି , କୋରାପୁଟ, ଝାରସୁଗୁଡା, ରାଉରକେଲା ସହ ପଡୋଶୀ ଛତ୍ତିଶଗଡରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.