ବଲାଙ୍ଗୀରରେ ଆଜି ଶୁଳିଆ ଯାତ୍ରା, କୋଭିଡ କଟକଣା ସତ୍ତ୍ୱେ ପୀଠରେ ପଡିବ ବଳି
19/01/2021 at 7:29 AM

ବଲାଙ୍ଗୀର ୧୯।୦୧: ପୁଣି ପଡିବ ବଳି । କରୋନା କଟକଣା ମଧ୍ୟରେ ହେବ ପ୍ରସିଦ୍ଧ ବଲାଙ୍ଗୀର ଶୁଳିଆ ଯାତ୍ରା । ସରକାରଙ୍କ ଗାଇଡ ଲାଇନ ଅନୁଯାଇ ଯାତ୍ରା ପାଳନ ହେବା ନେଇ ନିଷ୍ପତ୍ତି ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଚଳିତ ବର୍ଷ ଶୁଳିଆ ଯାତ୍ରାରେ କେବଳ ପୂଜା ଓ ବଳି ପର୍ବ ପାଳନ ହେବ l

ସୁଲିଆ ମହୋତ୍ସବକୁ ପୂଜା କମିଟି ବନ୍ଦ କରିଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯିବ। ଦେଓଗାଁ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର ଖଇରଗୁଡା ଗାଁରେ ପ୍ରତି ବର୍ଷ ଭଳି ପାଳିତ ହେଉଛି ସୁଲିଆ ଯାତ୍ରା। ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ବହୁ ଆଡମ୍ବରରେ ପୂଜାର୍ଚନା ସହ ହଜାର ହଜାର ପଶୂ ଓ ପକ୍ଷୀ ବଳି ଦେଇ ପୂଜାକରାଯାଇ ଆସୁଛି l ବଲାଙ୍ଗୀର ଜିଲ୍ଲା ସହ କଳାହାଣ୍ଡି, ବରଗଡ, ସମ୍ବଲପୁର, ମାଲକାନଗିରି , କୋରାପୁଟ, ଝାରସୁଗୁଡା, ରାଉରକେଲା ସହ ପଡୋଶୀ ଛତ୍ତିଶଗଡରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି ।
