ଆଜି ରାତିରୁ ବୃଷ ରାଶିରୁ ମିଥୁନ ରାଶିକୁ ଶୁକ୍ର କରିବେ ଚଳନ : କେଉଁ ରାଶି ଉପରେ କଣ ପଡିବ ପ୍ରଭାବ… ଜାଣନ୍ତୁ

Published By : Prameya-News7 Bureau | June 28, 2019 IST

ଭୁବନେଶ୍ୱର ୨୮/୬ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶୁକ୍ର ବୃଷ ଏବଂ ତୁଳା ରାଶିର ସ୍ୱାମୀ । ଶୁକ୍ର ଗ୍ରହ ଆଜି ରାତିରୁ ରାଶି ପରିବର୍ତ୍ତନ କରୁଛନ୍ତି । ଶୁକ୍ର ଗ୍ରହ ବୃଷରୁ ମିଥୁନ ରାଶିରେ ପ୍ରବେଶ କରିବେ । ମିଥୁନ ରାଶିରେ ରବି ପୂର୍ବରୁ ପ୍ରବେଶ କରିସାରିଛନ୍ତି । ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଗ୍ରହ ମିଥୁନ ରାଶିରେ ରହିବେ । ଏହା ପରେ ରବି କର୍କଟ ରାଶିକୁ ପ୍ରବେଶ କରିବେ । ଶୁକ୍ର ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ମିଥୁନ ରାଶିରେ ରହିବେ । ତେବେ ଶୁକ୍ର ରାଶି ପରିବର୍ତ୍ତନ କରିବା ଯୋଗୁଁ କେଉଁ ରାଶି ଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ :

ମେଷ : ମେଷ ରାଶି ପାଇଁ ଶୁକ୍ର ତୃତୀୟସ୍ଥ ହୋଇଯିବ । ଏହି ଗ୍ରହ ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରାଇବ । ପାରିବାରିକ ସ୍ଥିତି ସୁଧୁରିଯିବ । କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ବଢିବ । ତେବେ ଅଧିକ ପରିଶ୍ରମ କରିବାକୁ ପଡିବ ।

ବୃଷ : ଶୁକ୍ର ଆଜି ରାତିରେ ଏହି ରାଶିରୁ ବାହାରିଯିବେ । ସନ୍ତାନ ସୁଖ ପ୍ରାପ୍ତ ହେବ । ନିଜ ପାଇଁ ସମୟ ବାହାର କରିପାରିବେ ।

ମିଥୁନ : ମିଥୁନ ରାଶି ପାଇଁ ଶୁକ୍ର ପ୍ରଥମସ୍ଥ ହେବେ । ଏହାର ପ୍ରଭାବରେ ଶୁକ୍ର ସାଧାରଣ ଫଳ ପ୍ରଦାନ କରିବା ସମ୍ଭାବନା ରହିଛି । ଉତ୍ତମ କାର୍ଯ୍ୟ ପାଇଁ ଅତିରିକ୍ତ ପ୍ରୟାସ କରିବାକୁ ହେବ । କୌଣସି ଜାଗାରେ ପୁଞ୍ଜି ବିନିଯୋଗ ନକରିବା ଭଲ ।

 

କର୍କଟ : ଏହି ରାଶି ପାଇଁ ଦ୍ୱାଦଶ ଶୁକ୍ର ।  ବୈବାହିକ ଜୀବନରେ ସମସ୍ୟା ବୃଦ୍ଧି କରିପାରେ । ଜୀବନସାଥୀ ସହ ବାଦ ବିବାଦ ହୋଇପାରେ । ପ୍ରେମ ପ୍ରସଙ୍ଗରେ ନିରାଶ ହେବେ । ଅଧିକ ପରିଶ୍ରମ କରିବାକୁ ପଡିବ ।

ସିଂହ : ଏକାଦଶ ଶୁକ୍ର ଯୋଗୁଁ ଆଇନଗତ କାର୍ଯ୍ୟରେ ସଫଳତା ପାଇବେ । ନୂଆ କାର୍ଯ୍ୟ ସମ୍ପାଦନା କରିବା ପାଇଁ ମଉକା ମିଳିବ । ସମୟ ଆପଣଙ୍କ ପକ୍ଷରେ ରହିବ ।

କନ୍ୟା : ଆପଣଙ୍କ ପାଇଁ ଦଶମ ଶୁକ୍ର ଶୁଭ ପ୍ରମାଣିତ ହେବ । ଅଟକି ଯାଇଥିବା କାର୍ଯ୍ୟ ପୁର୍ଣ ହେବ । ନିଶ୍ଚିତ ସମୟରେ କାମ କରିବାରେ ସକ୍ଷମ ହେବେ । ଯଦି କିଏ ଟଙ୍କା ଧାରା ନେଇଥିବେ ତାହେଲେ ଫେରସ୍ତ କରିବେ ।

ତୁଳା : ନବମ ଶୁକ୍ର ଆପଣଙ୍କ ପ୍ରଭାବ ବୃଦ୍ଧି କରିବ । କିନ୍ତୁ ଅତ୍ୟନ୍ତ ଆତ୍ମବିଶ୍ୱାସ ହାନିକାରକ ପ୍ରମାଣିତ ହୋଇଥାଏ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ବିଛା : ଅଷ୍ଟମ ଶୁକ୍ର ଯୋଗୁଁ ଅଟକି ଯାଇଥିବା ଧନ ପ୍ରାପ୍ତି ହେବ । ବରିଷ୍ଠଙ୍କ ଠାରୁ ସହାୟତା ମିଳିବ । ବିଷମ ପରିସ୍ଥିତି ସୁଧାରିବା ପାଇଁ ସକ୍ଷମ ରହିବେ ।

ଧନୁ : ସପ୍ତମ ଶୁକ୍ର ଆପଣଙ୍କ ଉତ୍ସାହ ବୃଦ୍ଧି କରିବ । ସକାରାତ୍ମକ ଚିନ୍ତାଧାରା ରଖିବେ । ଧନ ଲାଭ ହେବାର ସମ୍ଭାବନା ରହିଛି ।  ପୁରୁଣା ଯୋଜନାରେ ସଫଳତା ପାଇବେ ।

ମକର : ଷଷ୍ଠ ଶୁକ୍ର କାର୍ଯ୍ୟ ବୃଦ୍ଧି କରିବ । ଅଧିକ ପରିଶ୍ରମ କରିବାକୁ ପଡିବ, କିନ୍ତୁ କାମ ଲାଭ ମିଳିବ । ଏହି ସମୟରେ କ୍ରୋଧ କରିବା ହାନିକାରକ ହୋଇପାରେ । ସେଥିପାଇଁ ଧୈର୍ଯ୍ୟର ସହ କାମ କରିବେ ।

କୁମ୍ଭ : ପଞ୍ଚମ ଶୁକ୍ର ସର୍ବଶ୍ରେଷ୍ଠ ସ୍ଥିତି ସୃଷ୍ଟି କରିବ । ଆଶାଠୁ ଅଧିକ ଲାଭ ପାଇବେ । ଭାବିଥିବା କାମ ସଠିକ ସମୟରେ ସମ୍ପର୍ଣ ହେବ ।

ମୀନ : ଚତୁର୍ଥ ଶୁକ୍ର କାର୍ଯ୍ୟରେ ବାଧା ଉତ୍ପନ୍ନ କରିବ । ବ୍ୟବସାୟରେ ବୁଝି ବିଚାରି କାମ କରିବାକୁ ହେବ । ବୈବାହିକ ଜୀବନ ଅବସାଦଗ୍ରସ୍ତ ରହିବ । ମନ ଅଶାନ୍ତ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.