Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ସୁକ୍‌ମା ଆକ୍ରମଣ ଘଟଣା : ଶହୀଦଙ୍କ ପରିବାରଲୋକଙ୍କୁ ମିଳିବ ୮୦ ଲକ୍ଷ ଟଙ୍କା ସହାୟତା, ଜଣଙ୍କୁ ନିଯୁକ୍ତି

6/04/2021 at 8:52 AM

ରାୟପୁର ୦୬/୦୪ : ଛତିଶଗଡର ସୁକ୍‌ମାରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ତେବେ ସୁକ୍‌ମାରେ ଶହୀଦ ହୋଇଥିବା ଯବାନଙ୍କ ପରିବାରଲୋକଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ମୃତକଙ୍କ ପରିବାରକୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ପରିବାରର ଜଣକୁ ନିଯୁକ୍ତି ମିଳିବ । ଏ ନେଇ ଛତିଶଗଡ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୋମବାର ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ଶହୀଦ ହୋଇଥିବା ପୋଲିସ କର୍ମୀ ଏବଂ ଯବାନଙ୍କ ପରିବାରକୁ ଅତିକମରେ ୮୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ମିଳିବ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଖୁବ ଶୀଘ୍ର ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ଆର୍ଥିକ ସହାୟତା କ୍ରମରେ ରାଜ୍ୟ ଶାସନ ତରଫରୁ ସ୍ବତନ୍ତ୍ର ଅନୁଗ୍ରହ ଅନୁଦାନ, ସାମୂହିକ ବିକଳ୍ପ ବିଶେଷ ଅନୁଦାନ, ଶହୀଦ ସମ୍ମାନ ନୀଧି, ସମୂହ ବୀମା ରାଶି ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ରାଶି ମିଶି ମୋଟ ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଛତିଶଗଡର ନକ୍ସଲ ପ୍ରଭାବିତ ବୀଜାପୁର ଏବଂ ସୁକ୍‌ମା ଜିଲ୍ଲା ସୀମାରେ ଶନିବାର ସୁରକ୍ଷା ବଳ ଏବଂ ନକ୍ସଲମାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ନକ୍ସଲମାନଙ୍କ ଦ୍ବାରା ହୋଇଥିବା ଷଡଯନ୍ତ୍ର ‘U ଟାଇପ୍‌’ ଆମ୍ବୁସ୍‌କୁ ବୁଝିବାକୁ ସକ୍ଷମ ହୋଇନଥିଲେ ସୁରକ୍ଷା କର୍ମୀ । ଗୁଳି ବିନିମୟରେ ୨୨ ଜଣ ଯବାଦ ଶହୀଦ ହୋଇଥିଲେ ଏବଂ ୩୧ ଜଣ ଯବାନ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ସିଆରପିଏଫ୍‌ର କୋବ୍ରା ବାଟାଲିୟନର ୭ ଯବାନ, ସିଆାରପିଏଫ୍‌ର ବସ୍ତରିୟା ବାଟାଲିୟନର  ଜଣେ ଯବାନ, ଡିଆରଜିର ୮ ଯବାନ ଏବଂ ଏସ୍‌ଟିଏଫ୍‌ର ୬ ଯବାନ ଶହୀଦ ହୋଇଛନ୍ତି ।

   Related Posts