ଦେଶରେ ବିଜେପି ହିଁ ପ୍ରକୃତ ଟୁକଡେ-ଟୁକଡେ ଗ୍ୟାଙ୍ଗ୍ ! ଏମିତି କହି ବିଜେପିକୁ ଟାର୍ଗେଟ କଲେ ସୁଖବୀର ସିଂହ ବାଦଲ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ବିଜେପିକୁ ଟାର୍ଗେଟ କରିଛନ୍ତି ଶିରୋମଣି ଅକାଳୀ ଦଳ ପ୍ରମୁଖ  ସୁଖବୀର ସିଂହ ବାଦଲ । ସେ କହିଛନ୍ତି ବିଜେପି ହିଁ ଦେଶର ଅସଲି ଟୁକଡା ଟୁକଡା ଗ୍ୟାଙ୍ଗ୍ । ଚାଷୀ ଆନ୍ଦୋଳନକୁ ନେଇ ଚାଷୀମାନଙ୍କ ମଧ୍ୟରେ ଲାଗି ରହିଥିବା ଅରାଜକତା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଏହାରି ମଧ୍ୟ​‌ରେ ବିଜେପି ଦେଶକୁ ବିଭାଜିତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସୁଖବୀର ସିଂହ ବାଦଲ କହିଛନ୍ତି ଯେ, ବିଜେପି ଦଳ ରାଷ୍ଟ୍ରୀୟ ଏକତାକୁ ଭାଗ ଭାଗ କରିବାକୁ ଚାହୁଁଛି । ଲଜ୍ଜାଜନକ ଭାବେ ଦେଶରେ ମୁସଲମାନଙ୍କ ବିରୁଦ୍ଧରେ ହିନ୍ଦୁମାନଙ୍କୁ ବିଜେପି ଉସକାଉଥିବା ସେ କହିଛନ୍ତି । ବିଜେପି ଦେଶ ହିତ​‌ରେ କାମ କରୁଥିବା ପଞ୍ଜାବରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି ।

ବିଗତ ଦିନରେ ବିଜେପି ନେତା ଚାଷୀଙ୍କୁ ଆଣ୍ଟି-ନେସନାଲ କହିବା ପ୍ରସଙ୍ଗରେ ମଧ୍ୟ କହିଛନ୍ତି ସୁଖବୀର । ସେ କହିଛନ୍ତି ଚାଷୀ ଆନ୍ଦୋଳନରେ ଅନେକ ବୟସ୍କ ବ୍ୟକ୍ତି ଏବଂ ମହିଳା ସାମିଲ ଅଛନ୍ତି । ସେମାନଙ୍କୁ ଦେଶଦ୍ରୋହୀ କହିବାକୁ ସାହାସ ହେଲା କେମିତି ବୋଲି ଶୁଖବୀର ସିଂହ ବାଦଲ ପ୍ରଶ୍ନ କରିଛନ୍ତି । କୃଷକମାନେ ସାରା ଜୀବନ ଦେଶ ପାଇଁ ସମର୍ପଣ କରିଦେଇଛନ୍ତି ଏବଂ ତେଣୁ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା କିପରି ଦିଆଯାଇଛି । ଯେଉଁମାନେ କୃଷକଙ୍କୁ ଦେଶଦ୍ରୋହୀ କହୁଛନ୍ତି ସେମାନେ ହିଁ ଦେଶଦ୍ରୋହୀ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.