Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁକନ୍ୟା ସମୃଦ୍ଧି ଯୋଜନା : ଏହି ଯୋଜନା ମାଧ୍ୟମରେ କେମିତି ଝିଅଟିଏ କୋଟିପତି ହୋଇପାରିବ ଜାଣନ୍ତୁ

15/11/2018 at 3:33 PM

୨୦୧୫ମସିହାରୁ ମୋଦି ସରକାର ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଝିଅକୁ ୨୫ବର୍ଷ ବୟସରେ କୋଟିପତି କରିପାରିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପଣଙ୍କ କନ୍ୟାକୁ ୧୪ବର୍ଷ ବୟସ ହେବା ଯାଏଁ ହିଁ ଆପଣଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ରାଶି ଦାଖଲ କରିବାକୁ ପଡ଼ିବ। ଏହି ରାଶି ଗୋଟେ କୋଟିର ୪ଭାଗରୁ ଆହୁରି କମ୍ ହେବ। ନିର୍ଦ୍ଧାରିତ ରାଶିକୁ ଆପଣ ବର୍ଷିକିଆ ବା ମାସିକିଆ କିସ୍ତି ଆକାରରେ ମଧ୍ୟ ଦାଖଲ କରିପାରିବେ। ଝିଅକୁ ୨୧ବର୍ଷ ବୟସ ହେଲେ ଯାଇ ଏହି ଜମା ମେଚୁର ହୋଇପାରିବ। ତେବେ ୨୫ବର୍ଷ ଯାଏଁ ଝିଅ ଯଦି ଅବିବାହିତ ରହିଥାଏ ତେବେ ସେ ଯାଏଁ ମଧ୍ୟ ୮.୫ପ୍ରତିଶତ ସୁଧ ମିଳିବ।

ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଧହାର ୮.୫ରହିଥିଲେ ମଧ୍ୟ ସମୟ ସମୟରେ ଏହାକୁ ସରକାର ତର୍ଜମା କରି ବୃଦ୍ଧି କରୁଛନ୍ତି। ସୂଚନାଯୋଗ୍ୟ ଯେ,ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ୧ଲକ୍ଷ ୫୦ହଜାର ଟଙ୍କାରୁ ଅଧିକ ରାଶି ଜମା କରାଯାଇ ପାରିବ ନାହିଁ। ଏହି ଯୋଜନାରେ ବର୍ଷକର କନ୍ୟାଙ୍କଠାରୁ ଆରମ୍ଭ କରି ଦଶବର୍ଷ ବୟସର କନ୍ୟାଙ୍କପାଇଁ ଖାତା ଖୋଲାଯାଇପାରିବ। ଯଦି ବର୍ଷକର ଶିଶୁକନ୍ୟା ପାଇଁ ମାସିକ ୧୨,୫୦୦ ଟଙ୍କା ବା ୧୦,୦୦୦ଟଙ୍କା ଜମା କରନ୍ତି ତାହେଲେ ବର୍ତ୍ତମାନର ସୁଧରାଶି ଅନୁସାରେ ଆପଣଙ୍କ କନ୍ୟା ୨୧ବର୍ଷ ବୟସର ହେଲାବେଳକୁ ୭,୭୯୯,୨୮୦ଟଙ୍କା ମିଳିବ। ଧରିନିଅନ୍ତୁ ଯଦି ସେ ୨୧ବର୍ଷ ବୟସରେ ଜମା ରାଶି ନରଖନ୍ତି ଓ ଆହୁରି ୫ବର୍ଷ ଅବିବାହିତ ରହନ୍ତି ଅର୍ଥାତ୍ ୨୫ବର୍ଷ ବୟସ ବେଳକୁ ସେ ପାଇବେ ୧୦,୮୦୮,୭୦୦ଟଙ୍କା। ଅର୍ଥାତ ୨୫ବର୍ଷ ବୟସ ବେଳକୁ ଏକ କୋଟିରୁ ଅଧିକ।

ଧରିନିଅନ୍ତୁ ଆପଣଙ୍କ ବର୍ଷକର କନ୍ୟା ପାଇଁ ଆପଣ ମାସିକ ୧୦ହଜାର ଟଙ୍କା ଲେଖାଏଁ ଜମା କରିବା ଆରମ୍ଭ କରିବେ ତାହେଲେ ବର୍ତ୍ତମାନର ସୁଧହାର ଅନୁସାରେ ଯେତେବେଳେ ଆପଣଙ୍କ କନ୍ୟା ୨୧ବର୍ଷ ବୟସର ହେବ ସେତେବେଳେ ତାଙ୍କୁ ୩୫ଲକ୍ଷ ଟଙ୍କା ମିଳିବ। ଯଦି ସେ ଆହୁରି ୬ବର୍ଷ ଅବିବାହିତ ରହନ୍ତି ତାହେଲେ ୨୭ବର୍ଷ ବୟସରେ ତାଙ୍କୁ ୧୦,୧୭୯,୪୧୭ଟଙ୍କା ମିଳିବ। ହିସାବ ଦେଖିଲେ ଝିଅକୁ ୧୪ବର୍ଷ ହେବାଯାଏଁ ଆପଣ ୧୬,୮୦,୦୦୦ଟଙ୍କା ହିଁ ଜମା କରିଥିବେ। ସୂଚନାଯୋଗ୍ୟ ଯେ, ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ବାର୍ଷିକ ସର୍ବନିମ୍ନ ୨୫୦ଟଙ୍କା ଜମା କରିବାକୁ ହେବ।

ସୁକନ୍ୟା ସମୃଦ୍ଧି ଯୋଜନାରେ ସବୁଠୁ ବଡ଼ ଫାଇଦା ହେଉଛି ଏହି ଯୋଜନା ମେଚୁର ରାଶି ଘେରରେ ମଧ୍ୟ ଆପଣଙ୍କୁ କୈାଣସି ଟିକସ ଦେବାକୁ ପଡ଼େ ନାହିଁ। ଏହି ଯୋଜନାରେ ଜମା ରାଶିକୁ ଆୟକର ଆଇନର ୮୦ଧାରା ଅନୁସାରେ ଛାଡ଼ ଦିଆଯାଇଛି।

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ,ଷ୍ଟେଟବ୍ୟାଙ୍କ ଅଫ ମହୀଶୂର,ଷ୍ଟେଟବ୍ୟାଙ୍କ ଅଫ ହାଇଦ୍ରାବାଦ,ଷ୍ଟେଟବ୍ୟାଙ୍କ ଅଫ ଟ୍ରାଭାଙ୍କୋର,ଷ୍ଟେଟବ୍ୟାଙ୍କ ଅଫ ବିକାନେର ଏବଂ ଜୟପୁର,ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ଆହୁରି ଅନେକ ବ୍ୟାଙ୍କରେ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ଖାତା ଖୋଲାଯାଇପାରିବ।

   Related Posts