ପୁରୀ ଟ୍ରେନ ଲାଇନରେ ସଂଦିଗ୍ଧ ସୁଟକେଶ : ବୋମାଆତଙ୍କ

Published By : Prameya-News7 Bureau | July 27, 2018 IST

ପୁରୀ- ଡ଼େଲାଙ୍ଗ ମଧ୍ୟବର୍ତ୍ତୀ ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟ ରେଳ ଧାରଣା ଉପରେ ଏକ ପରିତ୍ୟକ୍ତସୁଟକେଶ ପଡିବା ନେଇ ଆତଂକ ସୃଷ୍ଟି ହୋଇଥିଲା । ସକାଳ ୯ଟା ୫୦ମିନିଟ୍ ରେ ଏଭଳି ଆତଂକ ସୃଷ୍ଟି ହେବା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ୫ଟି ଟ୍ରେନ ପୁରୁଷୋତ୍ତମପୁର ରେଳ ଷ୍ଟେଶନର ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଖବର ପାଇବା ପରେ ମଧ୍ୟ ରେଳବାଇ ପୋଲିସ ଏବଂ ବୋମା ନିସ୍କ୍ରୀୟକାରୀ ଦଳ ବିଳମ୍ବରେ ପହଂଚିବା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିଲେ । ସୁଟକେଶ ନିକଟରେ କିଛି ବଦ୍ୟୁତ ତାର ମଧ୍ୟ ପଡିଛି ବୋଲି ପ୍ରଚାରିତ ହେବା ପରେ ଆତଂକ ଆହୁରି ବୃଦ୍ଧି ପାଇଥିଲା । ଦିନ ପ୍ରାୟ ୧୦.୫୦ ବେଳକୁ ପୋଲିସ , ରେଳବାଇ କର୍ତ୍ତୃପକ୍ଷ ଏବଂ ବୋମା ନିସ୍କ୍ରୀୟକାରୀ ଦଳ ପହଂଚି ସୁଟ୍କେଶଟିକୁ ଯାଂଚ କରିଥିଲେ । ସୁଟକେଶ ମଧ୍ୟରେ କୌମସି ଆପତ୍ତିଜନକ ଜିନିଷ ନଥିବା ଜଣାପଡିବା ପରେ ଟ୍ରେନ ଚଲାଚଳ ସ୍ବଭାବିକ ହୋଇଥିଲା । ପୋଲିସ ସୁଟକେଶଟିକୁ ପୁରୀ ନେଇଯାଇଥିବାବେଳେ କିଏ ଓ କାହିଁକି ସୁଟକେଶଟି ଏଠାରେ ପକାଇଥିଲା ସେ ନେଇ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.