ଆତ୍ମହତ୍ୟା ନା ଅନର କିଲିଂ ? ୩ ମୃତକଙ୍କ ମଧ୍ୟରେ ଜଣେ ନାବାଳିକା, ପ୍ରେମୀ ଯୁଗଳଙ୍କ ସହ ଥିଲେ ଜଣେ ବନ୍ଧୁ, ଏକାଠି ହୋଇଥିଲେ ଫେରାର୍

Published By : Prameya-News7 Bureau | July 30, 2020 IST

ଅନୁଗୋଳ, ୩୦|୦୭ :  ଅନୁଗୋଳ ଡିମିରିକୁଦା ଜଙ୍ଗଲରେ ଗଛରେ ଝୁଲୁଥିବା ୩ମୃତକଙ୍କ ପରିଚୟ ମିଳିଛି । ନାବାଳିକା ଏବଂ ଅନ୍ୟ ଯୁବକ ଦୁଇ ଜଣଙ୍କର ଘର ସ୍ଥାନୀୟ ବାଲିପଟା ଗାଁରେ । ୩ଜଣ ଯାକ ଗତ କିଛି ଦିନ ଧରି ନିଖୋଜ ଥିଲେ। ତେବେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ଏବେବି ଅସ୍ପଷ୍ଟ ରହିଛି ।

ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। ଅନୁଗୁଳରେ ତିନି ଜଣଙ୍କ ମୃତଦେହକୁ ନେଇ ଏମିତି କିଛି ପ୍ରଶ୍ନ ଛିଡ଼ା ହେବାରେ ଲାଗିଛି। ତିନି ଜଣଙ୍କ ପରିଚୟ ମିଳିଛି ଏବଂ ଏମିତି କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ପୁଅ ଶମ୍ବୁନାଥ ମାଝିଙ୍କ ବୟସ ୨୧ ହେବ ଘର ଅନୁଗୋଳ ଛେଣ୍ଡିପଦା ବ୍ଲକ ବାଲିପଟା ଗାଁର। ଶମ୍ବୁନାଥ ଭଲ ପାଉଥିଲେ ଜଣେ ନାବାଳିକା ଝିଅକୁ। ଏଥିରେ ସହଯୋଗ କରୁଥିଲା ଗାଁର ବରୁ ବେହେରା।  ତିନିଜଣ ୬ ଦିନ ହେବ ନିଖୋଜ ହୋଇଯାଇଥିଲେ। ପୁଅ ଝିଅ ଭିନ୍ନ ଜାତିର। ଗାଁ ପାଖର ୨ କିଲୋମିଟର ଦୂର ଡିମିରିକୁଦା ଜଙ୍ଗଲରେ ୩ ଜଣକ ମୃତଦେହ ଝୁଲନ୍ତା ଅବସ୍ଥାରେ କିଛି ଗାଈ ଚରାଳି ଦେଖିଥିଲେ।

{"id":307829,"width":723,"height":388,"sizeSlug":"large"}

ଗୋଟିଏ ଗଛରେ ଝିଅ ଆଉ ପୁଅ ସେଠାରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ବରୁ ବେହେରାର ମୃତଦେହ ଝୁଲୁଛି। ବରୁ ବେହେରାର ମୃତଦେହ ୧୦ ଫୁଟ ଉଚ୍ଚ ଗଛ ଡାଳରେ ଝୁଲୁଛି।  ମୃତଦେହ ତିନିଟି ଏତେ ପରିମାଣରେ ଗଳିତ ହୋଇଯାଇଛି ଯେ ଚିହ୍ନିବା ବି ମୁସ୍କିଲ ହୋଇଯାଉଉଛି।   ପ୍ରଶ୍ନ ଉଠୁଛି ଅଲଗା ଜାତିର ହୋଇଥିବାରୁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ କି।  ଏମାନଙ୍କ ଉପରେ ସାମାଜିକ ଚାପ ରହିଥିଲା କି? ଯଦି ଏମାନେ ଆତ୍ମହତ୍ୟା କଲେ ତେବେ ସାଙ୍ଗ ବରୁ ପୁଣି କାହିଁକି ଆତ୍ମହତ୍ୟା କଲେ?  ବରୁ ୨୦ ଫୁଟ ଦୂର ଗଛରେ ଝୁଲିଲେ କେମିତି ? ୬ ଦିନ ଧରି ଏମାନେ ନିଖୋଜ ଥିଲେ। ଏମାନଙ୍କୁ ଠାବ କରିବା ଲାଗି ଘରଲୋକେ କି ଉଦ୍ୟମ କରିଥିଲେ ତାହା ଅସ୍ପଷ୍ଟ ରହିଛି। ଏମାନଙ୍କୁ ହତ୍ୟା କରାଯାଇ ଟାଙ୍ଗି ଦିଆଯାଇଛି କି?  ଯଦି ହତ୍ୟାକାଣ୍ଡ ହୋଇଥାଏ ତେବେ ରହସ୍ୟଘେରରେ କେଉଁମାନେ। ଏମାନେ ଅଲଗା ଜାତିର ହୋଇଥିବାରୁ ଅନର କିଲିଂ କରାଯାଇଛି କି? ଏସବୁ ଆଙ୍ଗଲକୁ ନେଇ ପୋଲିସ ତଦନ୍ତ କରୁଛି। 

ପୁଅ ଝିଅଙ୍କ ଯେଉଁ ଫଟୋ ଦେଖାଯାଉଛି ଏମାନେ ଯେ ଚାପଗ୍ରସ୍ତ ଅଛନ୍ତି ସେମିତି କିଛି ଚର୍ଚ୍ଚା ହେଉଛି। ତେଣୁ ଏମାନଙ୍କ ମୃତ୍ୟୁ ପଛରେ କିଛି ନା କିଛି ରହସ୍ୟ ରହିଛି ଯାହା ସାମ୍ନାକୁ ନିଶ୍ଚୟ ଆଣିବ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.