ଜାପାନରେ ବଢୁଛି ଆତ୍ମହତ୍ୟା ମାମଲା! ଚିନ୍ତାରେ ସରକାର

Published By : Prameya-News7 Bureau | September 29, 2020 IST

ଟୋକିଓ ୨୯/୦୯: ‘ମିସ୍‌ ସରଲକ’ ନାଁରେ ପରିଚିତ ଲୋକପ୍ରିୟ ଜାପାନୀ ଅଭିନେତ୍ରୀ ୟୁରୋ ତାୟୁଚିଙ୍କ ମୃତ୍ୟୁ ପରେ ଜାପାନକୁ ବଡ଼ ଝଟକା ଲାଗିଛି। ଅଭିନେତ୍ରୀଙ୍କ ମୃତ୍ୟୁ ପ​ରେ କ୍ରମାଗତ ଆତ୍ମହତ୍ୟା ମାମଲା ବଢ଼ୁଛି। ଆତ୍ମହତ୍ୟା ମାମଲା ବଢ଼ୁଥିବାରୁ ଏବେ ଚିନ୍ତାରେ ଜାପାନ ସରକାର। ତେବେ ଆତ୍ମହତ୍ୟା ରୋକିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି।

ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯଦି ମୃତ୍ୟୁ ସହ ସଂଘର୍ଷ କି ଚିନ୍ତାରେ କେହି ଅଛନ୍ତି ତେବେ ଅନ୍ୟର ପରାମର୍ଶ ବା ସାହାଯ୍ୟ ନିଅନ୍ତୁ। ଏଭଳି ମାନସିକ ଅବସ୍ଥା ଦେଇ ଗତି କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସରକାର ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

{"id":336149,"sizeSlug":"large"}

ତେବେ ମୁଖ୍ୟ କ୍ୟାବିନେଟ୍ ସଚିବ କଟସୁନାବୋ ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାକୁ ନ ଦର୍ଶାଇ ମଧ୍ୟ ଆତ୍ମହତ୍ୟା ମାମଲା ଦିନକୁ ଦିନ ବଢ଼ୁଥିବା କହିଛନ୍ତି। କିଛି ଲୋକ କରୋନା କାଳରେ ସଂଘର୍ଷ କରୁଛନ୍ତି। ଜୁଲାଇ ପରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ଏହାକୁ ଗମ୍ଭୀରତା ସହ ନେବାକୁ ହେବ ଯେ କ’ଣ ପାଇଁ ଏତେ ଲୋକ ଜୀବନ ହାରୁଛନ୍ତି । ଲୋକମାନଙ୍କୁ ସୁଇସାଇଡ ପ୍ରିଭେନସନ ହଟଲାଇନ୍ ବ୍ୟବହାର କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ଏହା ସହ ସଂଶ୍ଲିଷ୍ଟ ଅନ୍ୟ ସେବାକୁ ମଧ୍ୟ ଉପଯୋଗ କରିବା ପାଇଁ କୁହାଯାଇଛି।

ସୂଚନାଯୋଗ୍ୟ ଅଭିନେତ୍ରୀ ୟୁକୋ ତାଚିଚୀଙ୍କ ପୂର୍ବରୁ ଜଣାଶୁଣା ଅଭିନେତ୍ରୀ ସେଇ ଆସିନା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆତ୍ମହତ୍ୟା କରିଥିଲେ। ଅଭିନେତା ହାରୁମା ମିଓରା ମଧ୍ୟ ଜୁଲାଇରେ ଆତ୍ମହତ୍ୟା କରିଛନ୍ତି। ଅଗଷ୍ଟରେ ଜାପାନରେ ପ୍ରାୟ ୧୯ ଶହ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଏହି ସଂଖ୍ୟାକୁ ଦେଖିଲେ ଜାପାନରେ ଗତବର୍ଷ ତୁଳନାରେ ଆତ୍ମହତ୍ୟା ମାମଲା ୧୫.୩ ପ୍ରତିଶତ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.