ବଂଗୀୟ ଯୁବତୀଙ୍କୁ ପ୍ରେମ ପରେ ବିବାହ କରିଥିଲେ… ଆଜି ସ୍ବାମୀ, ସ୍ତ୍ରୀ ଦୁଇଜଣଯାକ ବିଷ ପିଇଦେଲେ, କାରଣ କଣ ହୋଇପାରେ ଜାଣନ୍ତୁ…

Published By : Prameya-News7 Bureau | November 19, 2018 IST

ଭଦ୍ରକ ୧୯|୧୧: ପ୍ରେମ କରି ନିକଟରେ ବିବାହ କରିଥିବା ନବଦମ୍ପତ୍ତି ବିଷ ପିଇ ଆତ୍ମ ହତ୍ୟା ଉଦ୍ୟମ କରିଛନ୍ତି । ଭଦ୍ରକ ସହର ନିକଟସ୍ଥ ବରାଳପୋଖରୀ ଗାଁରେ ଘଟିଛି ଏହି ଘଟଣା । ସ୍ବାମୀ ଚିରଂଜୀବି କୁମାରଙ୍କ ଅବସ୍ଥା ଅତି ଗୁରୁତର ଥିବା ବଳେ, ପତ୍ନୀ ଟିନା ମଣ୍ଡଳ ମଧ୍ୟ ଗୁରୁତର ଅଛନ୍ତି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ଚିରଂଜୀବୀ ଓ ଟିନାଙ୍କ ପ୍ରେମ ବିବାହକୁ ଘର ଲୋକେ ସ୍ବୀକୃତି ନଦେବାରୁ ସେମାନେ  ଭଡାରେ ଘର ନେଇ ରହୁଥିଲେ । ତେବେ ଉଭୟଙ୍କ ଭିତରେ କଣ ହେଲା କେଜାଣି, ସ୍ବାମୀ ଓ ସ୍ତ୍ରୀ ବିଷ ପିଇ ଦେଇଛନ୍ତି । ତବେ ଡାକ୍ତର ଉଭୟଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ରେଫର କରିଦେଇଥିବା ଜଣାପଡିଛି । ପତ୍ନୀ ଟିନା ଜଣେ ବଙ୍ଗୀୟ ଯୁବତୀ । ଚିରଂଜୀବି ସପରିବାର କୋଲକାତାରେ ରହନ୍ତି। ଟିନାଙ୍କୁ ପ୍ରେମ ବିବାହ କରିବା ପରେ,  ଚିରଂଜୀବିଙ୍କ ପରିବାର ବିବାହକୁ ସ୍ବୀକୃତି ଦଲେ ନାହିଁ । ଗତକାଲି ହିଁ ସଂଧ୍ୟାରେ ସେମାନେ ଆସି ଭଦ୍ରକରେ ପହଂଚି ବରାଳପୋଖରୀରେ ଏକ ଭଢା ଘର ନେଇ ରହୁଥିଲେ । ଆଜି ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଖ ପଡୋଶୀ ଓ ଚିରଂଜୀବିଙ୍କ ଦାଦା ଡାକ୍ତର ଖାନାକୁ ନେଇ ଭର୍ତ୍ତି କରିଛନ୍ତି । ପାରିବାରିକ ସ୍ବିକୃତୀ ନମିଳିବାରୁ ଏହି ନବ ଦମ୍ପତ୍ତି ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଆଶଂକା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.