ଆଫଗାନିସ୍ତାନରେ ଆତ୍ମଘାତୀ ହମଲା : ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ, ଅନେକ ଶିଶୁ ଆହତ

Published By : Prameya-News7 Bureau | July 31, 2020 IST

କାବୁଲ ୩୧/୦୭ : ଆଫଗାନିସ୍ତାନର ପୂର୍ବ ଲୋଗାର ଅଞ୍ଚଳରେ ଗୁରୁବାର ଦିନ ଆତ୍ମଘାତୀ ହମଲା ହୋଇଛି | ହମଲାରେ ପାଖାପାଖି ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି | ମାମଲା ସେହି ଅଞ୍ଚଳର ଏକ ପୋଲିସ ଥାନାକୁ ଟାର୍ଗେଟ କରି କରାଯାଇଥିଲା | ହମଲା ପାଇଁ ଏବେ ସୁଦ୍ଧା କୌଣସି ସଂସ୍ଥା ନିଜକୁ ଦାୟୀ କରିନାହିଁ |

ଗୃହ ମନ୍ତ୍ରାଳୟ ପ୍ରବକ୍ତା ତାରିକ ଏରିୟନ ଆଗରୁ କହିଛନ୍ତି ଯେ, ହମଲାରେ ଅଧିକାଂଶ ସାଧାରଣ ନାଗରିକ ଆହତ ଓ ନିହତ ହୋଇଛନ୍ତି | ମୃତକଙ୍କ ମଧ୍ୟରେ ୬ଜଣ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ଅଛନ୍ତି | ଆହତଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଅଛନ୍ତି | ୩ ଜଣ ସାଧାରଣ ନାଗରିକ ଥାନା ବାହାରେ କାରରେ ଥିଲେ ଏବଂ ସେମାନେ ଯାଞ୍ଚ ପାଇଁ ଆସିଥିଲେ | ଆହତଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି |

ଇଦ- ଉଲ-ଅଜହାର ଦିନେ ପୂର୍ବରୁ ହୋଇଥିବା ଏହି ହମଲା ପାଇଁ ତାଲିବାନ ନିଜକୁ ଦାୟୀ କରିନାହିଁ | ଇଦ ପାଇଁ ତାଲିବାନ ୩ ଦିନ ପାଇଁ ସଂଘର୍ଷବିରାମ ଘୋଷଣା କରିଥିଲା | ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ସଂଘର୍ଷବିରାମ ଜାରି ରହିଛି | ହମଲା ପାଇଁ ସେ ଗୁଇନ୍ଦା ସଂସ୍ଥାକୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ଗୁଇନ୍ଦା ସଂସ୍ଥା ଚାହୁଁଛନ୍ତି ଯେ ଆଫଗାନିସ୍ତାନରେ ସଂଗ୍ରାମ ଜାରି ରହୁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.