ନିଜ ବାପା ଏବଂ ପ୍ରିୟ ସାଙ୍ଗକୁ ଭିନ୍ନ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁହାନା : ସେୟାର କଲେ ଫଟୋ

Published By : Prameya-News7 Bureau | November 02, 2020 IST

ମୁମ୍ବାଇ ୨/୧୧: ବଲିଉଡର ବାଦଶାହଙ୍କ ଝିଅ ସୁହାନା ଖାନ୍ ନଭେମ୍ବର ୨ତାରିଖରେ ୨ଜଣ ବଡ଼ ଖାସ୍ ବ୍ୟକ୍ତିଙ୍କ ଜନ୍ମଦିନ ସେଲିବ୍ରେଟ୍ କରନ୍ତି। ବାପା ଶାହରୁଖ ଖାନଙ୍କ ଏବଂ ବେଷ୍ଟ ଫ୍ରେଣ୍ଡ ଶନାୟା କପୁରଙ୍କ। ଶନାୟା କପୁର ଅଭିନେତା ସଞ୍ଜୟ କପୁରଙ୍କ ଝିଅ। ଉଭୟଙ୍କୁ ସୁହାନା ଖାନ୍ ବହୁତ ଭଲ ପାଆନ୍ତି। ସେମାନେ ତାଙ୍କ ଜୀବନର ଅଂଶ ବୋଲି ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି। ଉଭୟଙ୍କ ବୟସ ବ୍ୟବଧାନକୁ ନେଇ ସୁହାନା ଖାନ୍ ଲାଟେଷ୍ଟ୍ ପୋଷ୍ଟରେ ଅଳ୍ପ ଥଟ୍ଟା କରିଛନ୍ତି। ସୁହାନା ହୃଦୟରୁ ଉଭୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

{"id":354674,"sizeSlug":"large"}

ସୁହାନା ଖାନ୍ ଗତ ବର୍ଷର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଉଭୟଙ୍କ ସହ ଫ୍ରେମ୍ ସେୟାର କରୁଥିବା ନଜର ଆସିଛନ୍ତି। ​‌ଗୋଟିଏ ପଟେ ଶାହରୁଖ ଖାନ୍ ବସିଥିବାବେଳେ ଅନ୍ୟ ପଟେ ବେଷ୍ଟ ଫ୍ରେଣ୍ଡ ଶନାୟା କପୁର ବସିଛନ୍ତି। ଶାହରୁଖ ଖାନ୍ ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶନାୟା କପୁର ୨୧ତମ ଜନ୍ମଦିନ ପାଳନ କରୁଛନ୍ତି। ଫଟୋ ସେୟାର କରି ସୁହାନା ଖାନ୍ ଲେଖିଛନ୍ତି ଯେ ହାପ୍ପି ବାର୍ଥଡେ ମୋ ବେଷ୍ଟଫ୍ରେଣ୍ଡସଙ୍କୁ,ହା ହା। ଏହା ପରେ ସୁହାନା ଉଭୟଙ୍କ ବୟସ ଉପରେ ଧ୍ୟାନ ଦେଇ କହିଛନ୍ତି ଯେ ୫୫ ଏବଂ ୨୧ ହା ହା। ସୁହାନା ଖାନ୍ ୨ଟି ଜେନେରେସନର ଲୋକଙ୍କ ସହ ଭଲ ବଣ୍ଡ୍ ସେୟାର କରନ୍ତି।

{"id":354675,"sizeSlug":"large"}

ଏବର୍ଷ ଶାହରୁଖ ଖାନ୍ ପୂରା ପରିବାର ସହ ଦୁବାଇରେ ଅଛନ୍ତି। ଶାହରୁଖ ଖାନଙ୍କ ଟିମ୍ IPL କୋଲକାତା ନାଇଟ ରାଇଡର୍ସ,ରେ ସାମିଲ ଅଛନ୍ତି। ରବିବାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସଠୁ ବିଜୟ ହାସଲ କରି ଟିମ୍ ଶାହରୁଖ ଖାନଙ୍କୁ ଉପହାର ଦେଇଥିଲେ।

{"id":354676,"sizeSlug":"large"}

ଶାହରୁଖ ଖାନ୍ ଖୁବ୍ ଶୀଘ୍ର ନିଜ ଆଗାମୀ ଫିଲ୍ମର ଘୋଷଣା କରିବେ। ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ପଠାନରେ ଶାହରୁଖ ନଜର ଆସି ପାରନ୍ତି। ଏବେ ସୁଦ୍ଧା ଶାହରୁଖ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

{"id":354677,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.