ମୁମ୍ବାଇ୯|୨: ସିନେମାରେ ପାଦ ଦେଇନାହାନ୍ତି ଶାହରୁଖ ଖାନଙ୍କ ଝିଅ ସୁହାନା। ହେଲେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଷ୍ଟାର କିଡ୍। ପିରସିଦ୍ଧ କିଙ୍ଗ ଖାନ୍ଙ୍କ ତିନି ସନ୍ତାନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ସୁହାନା ଖାନ । କିଙ୍ଗ ଖାନ୍ଙ୍କ ଏକ ମାତ୍ର ଝିଅ ସୁହାନା ଏବେ ଆମେରିକାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ର ସଂଖ୍ୟା ବହୁତ ଅଧିକ।
{"id":222178,"width":530,"height":499,"sizeSlug":"large"}ଦର୍ଶକ ସୁହାନା ଖାନଙ୍କ ଫଟୋ ଦେଖିବା ମଧ୍ୟ ବହୁତ ପସନ୍ଦ କରନ୍ତି। ଅଧିକାଂଶ ସମୟରେ ସେ ଦମଦାର ଲୁକ୍ ପାଇଁ ଲାଇମ୍ଲାଇଟ୍ରେ ରୁହନ୍ତି। ନିକଟରେ ଏକ ସର୍ଟ ଫିଲ୍ମ ମାଧ୍ୟମରେ ପରଦାରେ ଡେବ୍ୟୁ କରିଥିଲେ ସୁହାନା। ଏହି ସର୍ଟ ଫିଲ୍ମର ନାଁ ହେଉଛି ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ସୁହାନା ମଧ୍ୟ ଅନ୍ୟ ଷ୍ଟାରକିଡ୍ଙ୍କ ଭଳି ବଲିଉଡରେ ପାଦ ରଖିବାକୁ ଚାହାନ୍ତି। କିନ୍ତୁ ଶାହରୁଖ ଚାହାନ୍ତି ଯେ, ସୁହାନା ନିଜ ପାଠପଢା ଶେଷ କରିବା ପରେ ବଲିଉଡରେ ଏଣ୍ଟ୍ରି କରନ୍ତୁ।
{"id":222179,"width":551,"height":644,"sizeSlug":"large"}ସୁହାନାଙ୍କ ଡେବ୍ୟୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ୟୁଜର୍ସଙ୍କ ଅନୁସାରେ, ଏହି ପିଢୀର ସବୁଠୁ ପ୍ରତିଭାଶାଳୀ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି ସୁହାନା। ସେ ନିହାତି ସୁପରଷ୍ଟାର ହେବେ ବୋଲି ଦର୍ଶକଙ୍କ ଆଶା। ନିକଟରେ ସୁହାନା ନୂଆ ବର୍ଷ ସେଲିବ୍ରେଟ୍ କରିବା ପାଇଁ ଭାରତ ଆସିଥିଲେ। ପରିବାର ସହ ନୂଆ ବର୍ଷ ପାଳିଥିଲେ ସୁହାନା। ଏହି ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।
{"id":222181,"sizeSlug":"large"}ଶାହରୁଖ ଖାନ ଏକ ସାକ୍ଷାତକାରରେ ସୁହାନାଙ୍କୁ ନେଇ ଅନେକ କଥା କହିଥିଲେ। ଶାହରୁଖ ଶୋ’ରେ କହିଛନ୍ତି ଯେ, ସେ ସବୁବେଳେ ନିଜ ପିଲାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତି। ନିଜ ପିଲାଙ୍କ କଥା ଶୁଣି ସବୁ ସମସ୍ୟା ଦୂର କରିବାକୁ ଚାହାନ୍ତି। ଏବେ ସୋସିଆଲ ମିଡିଆରେ ସୁହାନାଙ୍କର ଏକ ଗୀତ ଗାଇବା ଭିଡିଓ ବେଶ ଚର୍ଚ୍ଚାରେ ଅଛି। ଏଥିରେ ସୁହାନା ‘ଗେସ୍ ଦ ସଙ୍ଗ’ ବୋଲି କ୍ୟାପସନ୍ ଦେଇଛନ୍ତି। ତେବେ ଭିଡିଓରେ ସୁହାନା କେତେ ଏନ୍ଜଏ କରୁଛନ୍ତି ଦେଖନ୍ତୁ।
wp:core-embed/instagram {"url":"https://www.instagram.com/p/B8O6_xylchl/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagram