କଲେଜ ଡ୍ରାମାରେ ଅଭିନୟ କଲେ ଶାହରୁଖଙ୍କ ଝିଅ, ଷ୍ଟାର ହେବା ପାଇଁ ଚଳାଇଛନ୍ତି ପ୍ରସ୍ତୁତି

Published By : Prameya-News7 Bureau | November 15, 2019 IST

ମୁମ୍ବାଇ୧୫|୧୧: ଆଜିକାଲି ସୁହାନା ଖାନଙ୍କ କଲେଜ ପ୍ଲେର ଭାଇରାଲ ହେବାରେ ଲାଗିଛି। ବଲିଉଡ୍‌ରେ ପପୁଲାର ଷ୍ଟାର୍‌ ମଧ୍ୟରୁ ଜଣେ ହେଉଛନ୍ତି କିଂଗ ଖାନ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌।ପରିଧାନ ଶୈଳୀଠୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ଯାଏଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।ତାଙ୍କ ଲୋକପ୍ରିୟତା ପାଇଁ ସେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ।

{"id":184624,"sizeSlug":"large"}

ନିକଟରେ ସୁହାନାଙ୍କର ନ୍ୟୁୟର୍କ ଫିଲ୍ମ ଆକାଡେମି ପ୍ଲେର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ସୁହାନା ଡାନ୍ସ କରୁଥିବାର ନଜର ଆସିଛନ୍ତି। ସୁହାନା ଚାର୍ଲି ଚାପଲିନ୍‌ ଭଳି ହେଟ୍‌ ପିନ୍ଧିଛନ୍ତି। ଏହା ସହ ସେ ଧଳା ଟିସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଛନ୍ତି। ସ୍ନାତକ ସରିବା ପରେ ସୁହାନା ନ୍ୟୁୟର୍କ ଫିଲ୍ମ ଆକାଡେମିରେ ଆଡମିଶନ ହୋଇଥିଲେ। ଥିଏଟରରେ ଯୋଗ ଦେଇଥିବାରୁ ସୁହାନାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା।

{"id":184622,"sizeSlug":"large"}

ଝିଅର ସଫଳତାରେ ଗର୍ବ ଅନୁଭବ କରି ଶାହରୁଖ ସୋସିଆଲ ମିଡିଆରେ ସୁହାନାଙ୍କ ଫଟୋ ପୋଷ୍ଟ କରିଥିଲେ।ସୁହାନା ଅନେକ ସାକ୍ଷାତକାରରେ ଅଭିନେତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଶାହରୁଖ ସୁହାନାଙ୍କ ସ୍ବପ୍ନ ପୂରା କରିବାରେ ସହମତ ଅଛନ୍ତି ହେଲେ ଡେବ୍ୟୁ ସାଇନ କରିବା ପୂର୍ବରୁ ତାଙ୍କ ପାଠ ପଢା ସରିବା ଉଚିତ୍‌ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.