ଆର୍ଯ୍ୟନଙ୍କ ଜନ୍ମଦିନକୁ ନେଇ ସମ୍ପର୍କୀୟ ସେୟାର କଲେ ଥ୍ରୋ-ବ୍ୟାକ୍ ଫଟୋ, ସୁହାନା ଦେଲେ ଏଭଳି ପ୍ରତିକ୍ରିୟା...

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଳୀ ୧୨।୧୧ : ଶାହାରୁଖ ଓ ଗୌରୀଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗତ କିଛି ଦିନ ପୂର୍ବରୁ ଜେଲରୁ ମୁକ୍ତ କରାଯାଇଛି। ଆର୍ଯ୍ୟନଙ୍କ ଜନ୍ମଦିନ ଆସନ୍ତା କାଲି ଅର୍ଥାତ୍ ୧୩ ନଭେମ୍ବରରେ ଅଛି। ଗୁଜବ ହେଉଛି ଯେ ଏଥର ଆର୍ଯ୍ୟନ ତାଙ୍କ ଜନ୍ମଦିନ ପରିବାର ସହିତ ପାଳନ କରିବେ ଏବଂ ଏହା ଅତ୍ୟନ୍ତ ବ୍ୟକ୍ତିଗତ ହେବ । ତାଙ୍କ ଭଉଣୀ ସୁହାନା ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ଏନେଇ ସୁହାନା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଆର୍ଯ୍ୟନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଫଟୋରେ ତାଙ୍କ କଜିନ୍ ଆଲିଆ ଛିବା ପୋଷ୍ଟ କରିଛନ୍ତି ।

ବାସ୍ତବରେ ଆଲିଆଙ୍କ ପରିବାରର ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରିଥିଲେ, ଏହି ଫଟୋ ସହିତ ସେ ନମିତା ଛିବା ଏବଂ ଆର୍ଯ୍ୟନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋ ଲଣ୍ଡନର ବକିଙ୍ଗଘମ୍‌ ପ୍ୟାଲେସ୍ ବାହାରେ ନିଆଯାଇଛି। ଆର୍ଯ୍ୟନ୍ ଖାନ୍ ଏବଂ ସୁହାନା ଖାନ୍ ବହୁତ ଛୋ ଦେଖା ଯାଉଛନ୍ତି । ତାଙ୍କ ସହ ସମ୍ପର୍କୀୟ ତଥା ଅଙ୍କଲ ମଧ୍ୟ ପୋଜ୍ ଦେଇଛନ୍ତି । ତେବେ ନମିତା ଏହି ପୋଷ୍ଟରେ ଲେଖିଛନ୍ତି - 'ଦୁଇ ପ୍ରିୟ ପ୍ରେରଣାଦାୟକ ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା।

{"id":542638,"width":845,"height":475,"sizeSlug":"full","linkDestination":"none"}

ସୁହାନା ପୁନର୍ବାର ଏହି ସମାନ ପୋଷ୍ଟ କରି ଏକ ଇମୋଜି ଦେଇଛନ୍ତି । ପାପା ଶାହାରୁଖ ଖାନଙ୍କ ଜନ୍ମଦିନ ଥିଲା ବର୍ତ୍ତମାନ ପୁଅର ଜନ୍ମ ଦିନ ଆସୁଛି । ଶାହରୁଖ ପ୍ରତ୍ୟେକ ଥର ନିଜ ଜନ୍ମଦିନରେ ମନ୍ନତରୁ ବାହାରକୁ ଆସି ପ୍ରଶଂସକଙ୍କ ଅଭିନନ୍ଦନ ଗ୍ରହଣ କରନ୍ତି କିନ୍ତୁ ଏଥର ସେ ତାହା କଲେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.