ସର୍ଟ ଫିଲ୍ମ ରିଲିଜ ହେଉ ହେଉ ଇଣ୍ଟରନେଟରେ ଛାଇ ଯାଇଛନ୍ତି ଶାହରୁଖ ଖାନଙ୍କ ଝିଅ ସୁହାନା, ଦର୍ଶକ ଜାହିର କଲେ ଖୁସୀ

Published By : Prameya-News7 Bureau | November 19, 2019 IST

ମୁମ୍ବାଇ୧୯|୧୧: ବଲିଉଡ ବାଦଶାହ ତଥା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଫିଲ୍ମରେ ଡେବ୍ୟୁ କରିଛନ୍ତି।ସୁହାନା ଖାନ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।ତାଙ୍କ ଲୋକପ୍ରିୟତା ପାଇଁ ସେ ସୋସିଆଲ୍‌ ମିଡିଆରେ ମଧ୍ୟ ରାଜ କରନ୍ତି। ସୋସିଆଲ୍‌ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି। ଦର୍ଶକ ସୁହାନା ଖାନଙ୍କ ଫଟୋ ଦେଖିବା ମଧ୍ୟ ବହୁତ ପସନ୍ଦ କରନ୍ତି। ଆମେରିକାରେ ଫିଲ୍ମ ଏବଂ ଥିଏଟର୍‌ ବିଷୟରେ ପାଠ ପଢୁଥିବା ସୁହାନା ବାପାଙ୍କ ଭଳି ମଧ୍ୟ ଅଭିନୟ ଜଗତରେ ପାଦ ଦେଇଛନ୍ତି।

{"id":186694,"width":576,"height":422,"sizeSlug":"large"}

 ତେବେ ସୁହାନାଙ୍କ ସର୍ଟ ଫିଲ୍ମ “ଦ’ ଗ୍ରେ ପାର୍ଟ ଅଫ ବ୍ଲୁ” ରିଲିଜ ହୋଇଛି। ଏହି ଫିଲ୍ମ ରିଲିଜ ହେବା ପରେ ସୁହାନା ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି।ତାଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଉଛି।ୟୁଟ୍ୟୁବରେ ଏହି ଫିଲ୍ମକୁ ଅନେକ ଲୋକ ଦେଖୁଛନ୍ତି।ସୁହାନଙ୍କ ଫିଲ୍ମରେ ଲକ୍ଷ ଲକ୍ଷ କମେଣ୍ଟ ଆସୁଛି।

{"id":186695,"sizeSlug":"large"}

ୟୁଜର ଲେଖିଛନ୍ତି ଯେ, ସୁହାନାଙ୍କୁ ନେଇ ସାରା ଦେଶ ଗର୍ବିତ।କିଛି ୟୁଜର ଲେଖିଛନ୍ତି ଯେ, ଏହି ପିଢୀର ସବୁଠୁ ପ୍ରତିଭାଶାଳୀ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନୱ୍ତି ସୁହାନା।ସେ ନିହାତି ସୁପରଷ୍ଟାର ହେବେ ବୋଲି ଦର୍ଶକଙ୍କ ଆଶା।କିଛି ୟୁଜର୍ସ ଲେଖିଛନ୍ତି ୟେ, ଯେମିତି ବାପା ସେମିତି ଝିଅ।ରିପୋର୍ଟ ଅନୁସାରେ ଫିଲ୍ମର କାହାଣୀ ଏକ କପଲ ବିଷୟରେ ରହିଛି।ଏହି ଫିଲ୍ମଟି ଇଂରାଜି ଭାଷାରେ ରିଲିଜ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.