ଏହି ଫିଲ୍ମରେ ଡେବ୍ୟୁ କରିବେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଲଂଚ ହେଲା ପୋଷ୍ଟର

Published By : Prameya-News7 Bureau | August 08, 2019 IST

ମୁମ୍ବାଇ୦୮|୮: ବଲିଉଡ୍‌ରେ ପପୁଲାର ଷ୍ଟାର୍‌ ମଧ୍ୟରୁ ଜଣେ ହେଉଛନ୍ତି କିଂଗ ଖାନ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌। ପରିଧାନ ଶୈଳୀଠୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ଯାଏଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଲୋକପ୍ରିୟତା ପାଇଁ ସେ ସବୁବେଳେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସାଧାରଣତଃ ସୁହାନା ଖାନ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରୁହନ୍ତି ନାହିଁ ହେଲେ ତାଙ୍କର ଅନେକ ଫଟୋ ଇଣ୍ଟରନେଟରେ ଭାଇରଲ ହେଉଥାଏ । ସୋସିଆଲ୍‌ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି। ଦର୍ଶକ ସୁହାନା ଖାନଙ୍କ ଫଟୋ ଦେଖିବା ମଧ୍ୟ ବହୁତ ପସନ୍ଦ କରନ୍ତି। 

{"id":142105,"width":546,"height":356}

ନିଜ ବାପାଙ୍କ ଭଳି ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାଁହାନ୍ତି । ଏହି ବିଷୟରେ ଶାହରୁଖ ଖାନ ଏକ ସାକ୍ଷାତକାରରେ କହିଛନ୍ତି । ଅଭିନୟ କରି ସୁହାନା ନିଜ କ୍ୟାରିଅର ତିଆରି କରିବାକୁ ଚାହାନ୍ତି। ତେବେ ସୁହାନାଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର। ଖୁବ ଶୀଘ୍ର ଏକ ସର୍ଟ ଫିଲ୍ମ ମାଧ୍ୟମରେ ପରଦାରେ ନଜର ଆସିବେ ସୁହାନା। ସୁହାନା ମଧ୍ୟ ଅନ୍ୟ ଷ୍ଟାରକିଡ୍‌ଙ୍କ ଭଳି ବଲିଉଡରେ ପାଦ ରଖିବାକୁ ଚାହାନ୍ତି। କିନ୍ତୁ ଶାହରୁଖ ଚାହାନ୍ତି ଯେ, ସୁହାନା ନିଜ ପାଠପଢା ଶେଷ କରିବା ପରେ ବଲିଉଡରେ ଏଣ୍ଟ୍ରି କରନ୍ତୁ।

{"id":142106}

ସୂଚନାଯୋଗ୍ୟ ଯେ, ତାଙ୍କୁ ଡେବ୍ୟୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଯାଇଛି। ସୁହାନାଙ୍କ ସର୍ଟ ଫିଲ୍ମ ବିଷୟରେ ଆଗରୁ ଖବର ଆସିଥିଲା। ହେଲେ ଏବେ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ନିଜର ସର୍ଟ ଫିଲ୍ମ "ଦ ଗ୍ରେ ପାର୍ଟ ଅଫ ବ୍ଲୁ"ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କର ଏହି ଫିଲ୍ମର ପୋଷ୍ଟର ତାଙ୍କ କ୍ଳାସମେଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସୁହାନାଙ୍କ ଡେବ୍ୟୁ ଫିଲ୍ମର ପୋଷ୍ଟରକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.