ଶାହରୁଖଙ୍କ ଝିଅଙ୍କୁ ପୂରିଲା ୨୦ବର୍ଷ : ଖୁବ୍ ଶୀଘ୍ର ବଲିଉଡରେ ମାରିବେ ଏଣ୍ଟ୍ରି

Published By : Prameya-News7 Bureau | May 23, 2020 IST

ମୁମ୍ବାଇ ୨୩/୫: ଶୁକ୍ରବାର ଶାହରୁଖ ଖାନଙ୍କ ଗେହ୍ଲୀ ଝିଅ ସୁହାନା ଖାନ୍ ୨୦ବର୍ଷରେ ପଦାର୍ପଣ କରିଛନ୍ତି। ଲକଡାଉନ୍ ଯୋଗୁଁ ସୁହାନା ସେଲିବ୍ରେଟ୍ କରିପାରି ନ ଥିଲେ କିନ୍ତୁ ସେ ଏହି ଖାସ୍ ଦିନରେ ନିଜ ଗ୍ଲାମରସ୍ ଭିଡିଓ ସେୟାର କରି ଫ୍ୟାନମାନଙ୍କୁ ଟ୍ରିଟ୍ ଦେଇଛନ୍ତି। ସୁହାନା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବଡିକନ୍ ଡ୍ରେସ୍ ପିନ୍ଧିଛନ୍ତି। ଏହି ସ୍ଲୋ ମୋସନ୍ ଭିଡିଓକୁ ସେୟାର କରି ସୁହାନା ଲେଖିଛନ୍ତି ଯେ ସେ ୨୦ବର୍ଷର ହୋଇଯାଇଛନ୍ତି।

wp:core-embed/instagram {"url":"https://www.instagram.com/p/CAhLbEYj6h5/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAhLbEYj6h5/?utm_source=ig_embed
/wp:core-embed/instagram

ସୁହାନାଙ୍କ ଜନ୍ମଦିନରେ ତାଙ୍କ ବନ୍ଧୁ ଅନନ୍ୟା ପାଣ୍ଡେ ତାଙ୍କୁ ବହୁତ ଖାସ୍ ମ୍ୟାସେଜ ସହ ଓ୍ବିଶ୍ କରିଛନ୍ତି।

wp:core-embed/instagram {"url":"https://www.instagram.com/p/CAdeJwTA7dY/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAdeJwTA7dY/?utm_source=ig_embed
/wp:core-embed/instagram

ଅନନ୍ୟା ,ସୁହାନାଙ୍କ ସହ ବିଚ୍ ପାଖରେ ଛିଡ଼ା ହୋଇଥିବା ଫଟୋ ସେୟାର କରିଛନ୍ତି। ଅନନ୍ୟା ଫଟୋ ସେୟାର କରି ଲେଖିଛନ୍ତି ଯେ ,ସେ ୨ଟି ଜିନିଷକୁ ମିସ୍ କରୁଛନ୍ତି,ବାହାରେ ବୁଲିବାକୁ ଏବଂ ସୁହାନାଙ୍କୁ। ହ୍ୟାପି ୨୦ତମ ବାର୍ଥଡେ ସୁହାନା...କିନ୍ତୁ ସେ ସବୁବେଳେ ତାଙ୍କ ବେବି ରହିବେ। ଅନନ୍ୟାଙ୍କ ଏହି ପୋଷ୍ଟରେ ସୁହାନା କମେଣ୍ଟ କରିଛନ୍ତି ଯେ,ଆଇ ଲଭ୍ ୟୁ ଏବଂ ମିସ୍ ୟୁ।

{"id":274921,"sizeSlug":"large"}

କିଛି ଦିନ ତଳେ ଶାହରୁଖ ଖାନଙ୍କୁ ଯେତେବେଳେ ସୁହାନାଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ ଯେ ତାଙ୍କୁ ଅଭିନୟ ଶିଖିବାକୁ ସମୟ ଲାଗିବ। ଶାହରୁଖ ଖାନଙ୍କ ଏହି କଥାରୁ ଜଣା ପଡ଼ିଯାଇଥିଲା ଯେ ସେ ଫିଲ୍ମ କରିବେ। ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ସୁହାନା ପୂରା ପ୍ରସ୍ତୁତି ସହ ବଲିଉଡରେ ପାଦ ଥାପିବେ। ଶାହରୁଖ ମଧ୍ୟ ସବୁବେଳେ ତାଙ୍କ ଝିଅଙ୍କୁ ସମର୍ଥନ କରିବେ।

{"id":274917,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.