Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଚିନି ହେବ ମହଙ୍ଗା, ଏବର୍ଷ ଉତ୍ପାଦନ ୨୪% କମିଛି

4/02/2020 at 2:09 PM

ନୂଆଦିଲ୍ଲୀ ୪।୨: ଚିନି ଉଦ୍ୟୋଗର ପ୍ରମୁଖ ସଂଗଠନ ଭାରତୀୟ ଚିନି ମିଲ୍ ସଂଘ (ISMA) ଅନୁସାରେ ପ୍ରମୁଖ ଚିନି ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ରରେ ଚିନି ଉତ୍ପାଦନ କରୁଥିବା ମିଲ୍ ଗୁଡିକର ସଂଖ୍ୟା କମ୍ ଥିବାରୁ ଚିନି ଉତ୍ପାଦନ କମିଛି । ISMA ଅନୁସାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଜାନୁଆରୀ ମଧ୍ୟରେ ୧୪୧.୧୨ ଲକ୍ଷ ଟନ୍ ରହିଛି । ଯାହାକି ଗତ ବର୍ଷ ତୁଳନାରେ ୨୪ପ୍ରତିଶତ କମ୍ ରହିଛି । ବର୍ଷେ ପୂର୍ବେ ସମାନ ଅନ୍ତରାଳରେ ଚିନି ଉତ୍ପାଦନ ୧୮୫.୫୯ ଲକ୍ଷ ଟନ୍ ରହିଥିଲା । ଚିନି ଉତ୍ପାଦନ ଅକ୍ଟୋବରରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହୋଇଥାଏ ।

ISMA ଅନୁସାରେ ୨୦୨୦ ମସିହା ୩୧ ଜାନୁଆରୀର ସ୍ଥିତି ଅନୁସାରେ ଦେଶରେ ୪୪୬ ଚିନି ମିଲ୍ ଗୁଡିକ ୧୪୧.୧୨ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛନ୍ତି । ଗତବର୍ଷ ଏହି ତାରିଖ ପର୍ଯ୍ୟନ୍ତ ୫୨୦ ମିଲ୍ ଦ୍ବାରା ୧୮୫.୫୯ ଲକ୍ଷ ଟନ୍ ଚିନି ଉତ୍ପାଦନ କରାଯାଇଥିଲା । ମହାରାଷ୍ଟ୍ରରେ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ମାସ ଚିନି ଉତ୍ପାଦନ ଗତବର୍ଷ ତୁଳନାରେ ୭୦.୯୯ ଲକ୍ଷ ଟନ୍ ତୁଳନାରେ ୩୪.୬୪ ଲକ୍ଷ ଟନ୍ ରହିବା ନେଇ ଅନୁମାନ କରାଯାଇଛି । ସେହିପରି ଉତ୍ତରପ୍ରଦେଶରେ ତିନି ଉତ୍ପାଦନ ୫୨.୮୬ ଲକ୍ଷ ଟନ୍ ରୁ ବୃଦ୍ଧି ପାଇ ୫୪.୯୬ ଲକ୍ଷ ଟନ୍ ହୋଇଛି । କର୍ଣ୍ଣାଟକରେ ଚିନି ଉତ୍ପାଦନ ୩୩.୭୬ ଲକ୍ଷ ଟନ୍ ତୁଳନାରେ ହ୍ରାସ ପାଇ ୨୭.୯୪ ଲକ୍ଷ ଟନ୍ ହୋଇଛି ।

ISMA ୨୦୧୯-୨୦ ବର୍ଷ ପାଇଁ ଦେଶର ଚିନି ଉତ୍ପାଦନ ୨୬୦ ଲକ୍ଷ ଟନ୍ ରହିବା ନେଇ ଅନୁମାନ କରିଛି । ଏହା ଇଥେନଲ ଉତ୍ପାଦନ ପାଇଁ ଆଖୁ ରସ ଏବଂ ବି ଗ୍ରେଡ୍ ର ଶିରାର ହେବାକୁଥିବା ସ୍ଥାନାନ୍ତରଣକୁ ଧ୍ୟାନରେ ରଖି ଅନୁମାନ କରାଯାଇଛି । ଶିରାର ଏଭଳି ସ୍ଥାନାନ୍ତରଣ ଫଳରେ ଚିନି ଉତ୍ପାଦନରେ ପ୍ରାୟ ୮.୫ ଲକ୍ଷ ଟନ୍ କମିବ ।

   Related Posts