ପାକିସ୍ତାନର ଫୁଟିଲା ମହଙ୍ଗା ବୋମା ! ଦେଶରେ ଏବେ ପେଟ୍ରୋଲ ଠାରୁ ବି ମହଙ୍ଗା ଚିନି

Published By : Prameya-News7 Bureau | November 06, 2021 IST

ଇସ୍ଲାମାବାଦ ୬।୧୧: ଋଣ ବୋଝ ତଳେ ଦବି ରହିଥିବା ପାକିସ୍ତାନରେ ଉଚ୍ଚ ମୁଦ୍ରାସ୍ପିତି ଏବେ ଲୋକଙ୍କ ଜୀବନ ଦୁର୍ବିସହ  କରିଦେଇଛି। ପାକିସ୍ତାନ ମୁଦ୍ରା ଏବେ ଡଲାର ତୁଳନାରେ ଆଉ ହିସାବକୁ ଆସୁନଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ଏବେ ଲୋକଙ୍କ ହାତ ପହଞ୍ଚରେ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଚା ପାଇଁ ଚିନି ବି ପେଟ୍ରୋଲଠୁ ମହଙ୍ଗା ହୋଇଗଲାଣି। ପାକିସ୍ତାନ ଚିନି ଉତ୍ପାଦନକାରୀ ଦେଶ। ହେଲେବି ଏଠାରେ କେଜିଏ ଚିନି ପାଇଁ ଲୋକଙ୍କୁ ଦେଢଶହ ଟଙ୍କା ଦେବାକୁ ପଡୁଛି।

 ଦେଶରେ ପେଟ୍ରୋଲ ଲିଟର ଏବେ ୧୩୮ଟଙ୍କା ୩୦ ପଇସାରେ ବିକା ହେଉଥିବା ବେଳେ ଚିନି ଦର ଲୋକଙ୍କୁ ବାଧୁଛି । ପାକ୍ ଗଣମାଧ୍ୟମ ଅନୁସାରେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଅଚାନକ ଦରବୃଦ୍ଧି ହୋଇଛି। ପରିସ୍ଥିତିକୁ ଦେଖି ଦରବୃଦ୍ଧି ମୁକାବିଲା କରିବେ ବୋଲି ଇମ୍ରାନ ସରକାର ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଚିନି ଦେଢଶହ ଟଙ୍କା ପାର ହୋଇଯିବା ଏବେ ଚିନ୍ତାର ବିଷୟ ପାଲଟିଛି।

{"id":539508,"width":842,"height":632,"sizeSlug":"full","linkDestination":"none"}

ପାକିସ୍ତାନ ସୁଗାର ଡିଲର୍ସ ଆସୋସିଏସନ ଅନୁସାରେ ପେଶାବରରେ ଚିନି କେଜି ପିଛା ଦର ୧୪୦ ଟଙ୍କାରେ ବିକ୍ରି ହେଉଛି। ଏଣୁ ଖୁଚୁରା ଦର ଦେଶରେ ୧୪୫ରୁ ଦେଢ଼ଶହ ହୋଇଯାଇଛି। ଗଣମାଧ୍ୟମ ଅନୁସାରେ ପାକିସ୍ତାନ ପାଇକାରୀ ବଜାରରେ ଚିନି କ୍ୱିଣ୍ଟାଲ ପିଛା ଦର ୧୨ ହଜାର ୬୦୦ ଟଙ୍କା ରହିଛି। ହେଲେ ଅସାଧୁ ବ୍ୟବସାୟୀଙ୍କ କଳାବଜାରୀ ଯୋଗୁ ମୂଲ୍ୟ ବଢିଯାଇଛି। ଆର୍ଥିକ ରାଜଧାନୀ କରାଚୀରେ ଚିନି ପାଇକାରୀ ମୂଲ୍ୟ ପ୍ରତି କେଜି ୧୪୨ ଟଙ୍କାରେ ବିକ୍ରି ହେଉଛି।

ଦେଶରେ ପରିସ୍ଥିତି ଏପରି ହୋଇଛି ଯେ କେଜି ପିଛା ଦର ଦିନକୁ ୧୨ ଟଙ୍କା ଲେଖାଏଁ ବଢୁଛି। କ୍ୱେଟାରେ ୧୨୪ ଟଙ୍କା ଦରରେ ବିକ୍ରି ହେଉଥିବା ଚିନି ଏବେ ୧୨୯ ଟଙ୍କା ହୋଇଯିବା ଜନ ଅସନ୍ତୋଷର କାରଣ ପାଲଟିଛି। ପାକିସ୍ତାନ ସରକାର ଚଳିତ ସପ୍ତାହରେ ୧୨୦ ବିଲିୟନ ଡଲାରର ସବସିଡି ପ୍ୟାକେଜ୍ ଘୋଷଣା କରିଥିଲେ। ଏହାକୁ ଏପର୍ଯ୍ୟନ୍ତ ସବୁଠୁ ବଡ଼ ସବସିଡି ବୋଲି କୁହାଯାଉଛି। ଏଥିରେ ଘିଅ, ଅଟା ଓ ଡାଲି ଉପରେ ୩୦ ପ୍ରତିଶତ ରିହାତି ଦେବାକୁ କୁହାଯାଇଥିଲା। ତେବେ ଚିନି ଓ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଦର ବୃଦ୍ଧି ନୂଆ ଚିନ୍ତାର କାରଣ ପାଲଟିଛି।

{"id":539510,"width":838,"height":543,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.