ବିବାହ ବନ୍ଧନରେ ବାନ୍ଧି ହେଲେ ସୁଗନ୍ଧା ମିଶ୍ରା- ସାଙ୍କେତ ଭୋସଲେ

Published By : Prameya-News7 Bureau | April 27, 2021 IST

ମୁମ୍ବାଇ ୨୭/୦୪: କମେଣ୍ଡିଆନ୍ ସୁଗନ୍ଧା ମିଶ୍ରା ଏବଂ ସାଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏପ୍ରିଲ୍ ୨୬ ରେ ଦୁହେଁ ପରିବାର ଉପସ୍ଥିତିରେ ଜଲନ୍ଧର କ୍ଲବ କାବାନାରେ ବିବାହ କରିଥିଲେ । ସୁଗନ୍ଧାଙ୍କ ବନ୍ଧୁ ତଥା ନିର୍ମାତା ପ୍ରୀତି ସିମନ୍ସ ତାଙ୍କ ଇନଷ୍ଟା ଷ୍ଟୋରୀରେ ବିବାହ ଫଟୋ ପୋଷ୍ଟ କରିଛନ୍ତି । କରୋନା କାରଣରୁ ଏହି ବିବାହରେ କେବଳ ଅତି ନିକଟତର ଲୋକ ସାମିଲ୍ ହୋଇଥିଲେ । ସୁଗନ୍ଧାଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆରେ ପୂର୍ବରୁ କହିଥିଲେ ଯେ କରୋନା କାରଣରୁ ଏହି ସମାରୋହ ସରଳତାର ସହିତ ହେବ।

ସୁଗନ୍ଧା ତାଙ୍କ ଇନଷ୍ଟାଗ୍ରାମରେ ମେହେନ୍ଦୀ ସମାରୋହର ଅନେକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ଦେଖାଇଛନ୍ତି । ଏହି ସମୟରେ ସୁଗନ୍ଧା ସବୁଜ ଲେହେଙ୍ଗା ସହିତ ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିଲେ ।

wp:html
/wp:html

ସଙ୍କେତ ମେହେନ୍ଦି ସମାରୋହର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଭିଡିଓ କଲ୍ ସମୟରେ ରେକର୍ଡିଂ ହୋଇଛି ।  ସୁଗନ୍ଧା ଏବଂ ସଙ୍କେତ ପରସ୍ପରକୁ ମେହେନ୍ଦୀ ଦେଖାଇଛନ୍ତି । ସଙ୍କେତ କ୍ୟାପସନରେ ଲେଖିଛନ୍ତି - 'ମେହେନ୍ଦି ଲାଗା କେ ରଖନା ।'

wp:html
/wp:html

ସଙ୍କେତ ଭୋସଲେ ଏବଂ ସୁଗନ୍ଧା ମିଶ୍ରା ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ସେୟାର କରି ବିବାହର ସୂଚନା ଦେଇଥିଲେ । ସୁଗନ୍ଧା ତାଙ୍କ କ୍ୟାପସନରେ ଲେଖିଥିଲେ- ‘ସର୍ବଦା ଏକାଠି ।’ ସେହିପରି ସଙ୍କେତ ତାଙ୍କ ପୋଷ୍ଟରେ ଲେଖିଥିଲେ - ‘ମୋତେ ସୁଗନ୍ଧା ମିଶ୍ରାଙ୍କ ରୂପରେ ମୋର ସନସାଇନ୍ ମିଳିଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.