ସାଲେପୁରରେ କୁକୁଡ଼ା ଗାଡି ଦୁର୍ଘଟଣାଗ୍ରସ୍ତ; ମାଲିକ ମୃତ

Published By : Prameya-News7 Bureau | September 21, 2018 IST

କଟକ ୨୧/୯:ଗାଡ଼ି ଭିତରେ ଚାପି ହୋଇ ଯୁବକଙ୍କ  ମୃତ୍ୟୁ ହୋଇଛି।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପିରବଜାର ତାରିଣୀ ମନ୍ଦିର ନିକଟରେ।ଗତକାଲି ବିଳମ୍ବିତ ରାତିରେ ନେମାଳ ଥାନା ଗୋପିନାଥପୁର ଗାଁର ସୁବାଷ ପ୍ରଧାନ ନିଜ ଟାଟା ଏସି ଗାଡ଼ି ନେଇ ପିରବଜାର କୁକୁଡ଼ା ଆଣିବାକୁ ଯାଇଥିଲେ।କୁକୁଡ଼ା ଆଣି ଫେରିବା ସମୟରେ କୈାଣସି କାରଣବଶତଃ  ଗାଡି  ଗୋଟେ ଖାଲ ଭିତରକୁ ପଶିଯାଇଥିଲା ।ଖାଲରେ ଅଧିକ ପାଣି ଥିବାରୁ  ସୁବାଷ ଗାଡ଼ିରୁ ବାହାରି ପାରିନଥିଲେ। ଘଟଣାସ୍ଥଳରେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଛି।ଗାଡ଼ିରେ ଥିବା ହେଲପର ଗାଡିରୁ ବାହାରି ଆସି ବଞ୍ଚି ଯାଇଛି।ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ଶବ ଓ ଗାଡ଼ି ଜବତ କରିବା ସହ ମୃତ ସୁବାଷର ଶବ ବ୍ୟବଛେଦ ପାଇଁ କଟକ ପଠାଇଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.