ସେରେବ୍ରାଲ୍ ପାଲସି ,ମୁହଁ ପକ୍ଷାଘାତଗ୍ରସ୍ତ ,ତଥାପି ଜଜ ହେଲେ ନିଖିଲ…. ସଂଘର୍ଷ,ସଫଳତାର ଏକ କାହାଣୀ

Published By : Prameya-News7 Bureau | December 31, 2019 IST

ପୁଣେ ୩୧/୧୨: ସେରେବ୍ରାଲ୍ ପାଲସିରେ ପୀଡ଼ିତ ମହାରାଷ୍ଟ୍ରର ପୁଣେ ବାସିନ୍ଦା ନିଖିଲ ପ୍ରସାଦ ବାଜି (୩୧) ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ସିଭିଲ୍ ଜଜ୍ ଏବଂ ପ୍ରଥମ ଶ୍ରେଣୀର ଜୁଡ଼ିସିଆଲ୍ ମାଜିଷ୍ଟେଟ୍ ପରୀକ୍ଷାରେ ସଫଳତା ପାଇଛନ୍ତି। ଏହି ପରୀକ୍ଷାକୁ ମହାରାଷ୍ଟ୍ର ପବ୍ଲିକ୍ ସର୍ଭିସ୍ କମିଶନ୍ ଆୟୋଜିତ କରିଥାଏ। ବାଜି ଫେବୃୟାରୀ ମାସରେ ଟ୍ରେନିଙ୍ଗ୍ ପାଇଁ ଯିବେ। ବାଜିଙ୍କ ପରିବାର ନାଭି ରାସ୍ତାର ରାମବାଗ ଅଞ୍ଚଳରେ ରୁହନ୍ତି। ବାଜି କହିଛନ୍ତି ଯେ ତାଙ୍କ ପରିବାରରେ କେବେ କେହି ତାଙ୍କୁ ଅନୁଭବ କରାଇବାକୁ ଦେଇନାହନ୍ତି ଯେ ତାଙ୍କୁ ଏକ ଗମ୍ଭୀର ରୋଗ ହୋଇଛି।

{"id":204942,"sizeSlug":"large"}

ନିଖିଲ ଦ୍ବାଦଶ ଶ୍ରେଣୀ ପରେ ସିଧାସଳଖ କମୋନ୍ ଲ ଆଡମିସନ୍ ଟେଷ୍ଟ ପରୀକ୍ଷା ମାଧ୍ୟମରେ ଗୁଜୁରାଟ ଲ ୟୁନିଭର୍ସିଟିକୁ ଆସିଥିଲେ। ଜୁନିୟର କଲେଜରେ ନିଖିଲଙ୍କ ଏପରି ଅନେକ ସହପାଠୀ ଥିଲେ,ଯେଉଁମାନେ ଘରୁ ଦୂରରେ ରହୁଥିଲେ ଏବଂ ଦୃଷ୍ଟହୀନ ଥିଲେ। ସେ କହିଥିଲେ ଯେ ଯେତେବେଳେ ତାଙ୍କର ଗୁଜୁରାଟ ଲ ୟୁନିଭର୍ସିଟିରେ ତାଙ୍କର ଚୟନ ହୋଇଥିଲା ସେତେବେଳେ ତାଙ୍କ ସହପାଠୀମାନେ ତାଙ୍କୁ ଘରୁ ଦୂରରେ ସ୍ବତନ୍ତ୍ରଭାବେ ରହିବାକୁ ପ୍ରେରଣା ଦେଇଥିଲେ।

ଜିଏନଏଲୟୁରୁ ସ୍ନାତକ ପାଇବା ପରେ ସେ ଶିବାଜୀ ନଗର ଡିଷ୍ଟ୍ରିକ୍ଟ କୋର୍ଟ ଏବଂ ରିକଭରୀ ଟ୍ରିବ୍ୟୁନାଲରେ ୫ବର୍ଷ ଯାଏଁ ଅଭ୍ୟାସ କରିଥିଲେ। ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ ଏବଂ ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ୍ ମାଭିଷ୍ଟେଟରେ ପ୍ରି,ମେନ୍ ଏବଂ ଇଣ୍ଟରଭ୍ୟୁ ୩ସ୍ତରର ପରୀକ୍ଷା ହୋଇଥାଏ। ସେ ଡେଟ୍ ରିକଭରି ଟ୍ରିବ୍ୟୁନାଲରେ ଅଭ୍ୟାସ କରିବା ସମୟରେ ୨୦୧୯ମସିହା ଅପ୍ରେଲରେ ହେଉଥିବା ପ୍ରି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।

{"id":204943,"width":586,"height":417,"sizeSlug":"large"}

ସେ କହିଥିଲେ ଯେ,‘ ସେ ପ୍ରତିଦିନ ୩ଘଣ୍ଟା ପାଠ ପଢ଼ନ୍ତି। ସେ ଟ୍ରିବ୍ୟୁନାଲରେ କାମ କରୁଥିବାରୁ ଜଣେ ଫ୍ରେଶରଠୁ ତାଙ୍କୁ ଆଇନ ବୁଝିବାକୁ ସହଜ ହୋଇଥିଲା। ଫଳରେ ପରୀକ୍ଷା ପାଇଁ ତାଙ୍କୁ ସହଜ ହୋଇଥିଲା। ପ୍ରାରମ୍ଭିକ ପରୀକ୍ଷାରେ ସଫଳ ହେବା ପରେ ଏବଂ ମୁଖ୍ୟ ପରୀକ୍ଷା ପ୍ରସ୍ତୁତି ସମୟରେ ତାଙ୍କୁ ବେଲ୍ସ ପାଲସିର ଝଟକା ଲାଗିଥିଲା। ଫଳରେ ତାଙ୍କର ମୁହଁର ଅଧା ଭାଗ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ପାଠ ପଢ଼ିବାକୁ କଷ୍ଟ ହୋଇଥିଲା। ସେ ନିଜକୁ ଠିକ୍ କରିବାକୁ ଉଦ୍ୟମ କରିଥିଲେ। ଫିଜିଓଥେରାପି ସାହାଯ୍ୟରେ ସେ ମାସକରେ ଠିକ୍ ହୋଇଯାଇଥିଲେ। ସେ ପ୍ରଥମରୁ ଆଇନ୍ କ୍ଷେତ୍ରରେ ଯିବାକୁ ଚାହୁଁଥିଲେ। ସ୍ନାତକ ହେବା ପ​‌ରେ ସେ ପରୀକ୍ଷାରେ ସାମିଲ ହୋଇଥିଲେ,କିନ୍ତୁ କିଛି ନମ୍ବର ପାଇଁ ସଫଳ ହୋଇପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.